।। ବହୁଜନ ସମାଜ ପାର୍ଟିର କର୍ମୀ ସମାବେଶ ।।

Nov 11, 2023 - 16:24
 0  5
।। ବହୁଜନ ସମାଜ ପାର୍ଟିର କର୍ମୀ ସମାବେଶ ।।

କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ବହୁଜନ ସମାଜ ପାର୍ଟି ପକ୍ଷରୁ କର୍ମୀ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।ଶୁକ୍ରବାର ଗ୍ରାମ ଉନ୍ନୟନ ବିଭାଗର ବଙ୍ଗଳା ଠାରେ ଜିଲ୍ଲା ସଭାପତି ଜୟସେନ ନାଏକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ରାଜ୍ୟ ସଭାପତି ଟଙ୍କଧର ବାଗ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ କର୍ମୀଙ୍କୁ ଉତ୍ସାହିତ କରିଥିଲେ।ପ୍ରମୁଖ ଅତିଥ୍ ଭାବେ ଦେବୀ ଚରଣ ଭାଟି ଯୋଗ ଦେଇ ଆଗାମୀ ନିର୍ବାଚନକୁ ନେଇ କର୍ମୀ ସଜାଗ ହେବାକୁ ଉଦବୋଧନ ଦେଇଥିଲେ । ଯୁବନେତା ସୋମନାଥ ନାଏକଙ୍କ ନେତୃତ୍ବରେ କଂଗ୍ରେସ ବି.ଜେଡି ଏବଂ ବି.ଜେପି ପ୍ରମୂଖ ତିନି ଦଳର ଅସନ୍ତୁଷ୍ଟ ବହୁ କର୍ମୀ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଥିଲେ।ବି.ଏସ୍.ପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ସୋମନାଥ ନାଏକ ବି.ଏସ୍.ପି ଛାଡି କଂଗ୍ରେସ ଏବଂ ବିଜେଡିରେ ମଧ୍ୟ ସାମିଲ ହୋଇଥିଲେ।କୌଣସି କାରଣ ବଶତଃ ସେ ପୁନଶ୍ଚ ସେସବୁ ଦଳ ଛାଡି ଘର ବାହୁଡା ଭଳି ସକ୍ରିୟ ଭାବେ ବହୁଜନ ସମାଜ ପାର୍ଟିରେ ସାମିଲ ହୋଇଛନ୍ତି।ଏହି କର୍ମୀଙ୍କ ଯୋଗଦାନ ଫଳରେ ଥୁଆମୂଳ ରାମପୁର ଅଂଚଳରେ ପାର୍ଟି ସଂଗଠନ ମଜଭୁତ ହେବ ବୋଲି ନେତୃମଣ୍ଡଳି ଆଶା ବ୍ୟକ୍ତ କରିଛନ୍ତି।ଏଥି ସହିତ ସୋମନାଥ ନାଏକଙ୍କୁ ବ୍ଲକ ନେତୃତ୍ୱ ପାଇଁ ସଭାପତି ଭାବେ ଦାୟିତ୍ୱ ଦେଇଛି ପାର୍ଟି।ରୀତିମତ କେନ୍ଦ୍ର ଶାସନାଧିନ ବି.ଜେ.ପି ସରକାର ସବକା ସାଥ ସବକା ବିକାଶର ନାରା ଦେଉଛନ୍ତି।କିନ୍ତୁ ସେହି ବିକାଶର ଠିକାଦାର ମାନେ କେବେ ଇନ୍ଦ୍ରାବତୀ ଜଳବନ୍ଦୀଙ୍କ ଦୁର୍ବିସହ ଜୀବନ ଦେଖିଛନ୍ତି ? କଂଗ୍ରେସ ଶାସନ ସମୟରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ କଲେ ତଳମୁଣ୍ଡ ଚାଷୀ ଲାଭାନ୍ବିତ ହେଲେ, ବିଦ୍ୟୁତ ବିକ୍ରି କରି ସରକାର ଲାଭ ପାଇଲେ କିନ୍ତୁ ଇନ୍ଦ୍ରାବତୀ ପାଇଁ ନିଜ ଭିଟାମାଟି ହରାଇଥିବା ବିସ୍ଥାପିତ ପାଇଲେ କଣ ? ସେହିଭଳି ଥୁଆମୂଳ ରାମପୁର ଅଂଚଳରେ ଅନେକ ଖଣି ଖାଦାନ ଭରପୁର।ଖଣିଖାଦାନ ପାଇଁ ଆଦିବାସୀ, ବନବାସୀ ନିଜ ଜୀବନ ଜୀବିକା ହରାଉଛନ୍ତି।ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାରୀ ଯୋଜନା ନାହିଁ।ଜଳ ଜମି ଜଙ୍ଗଲର ହକ୍ ଛଡାଇ ନେଉଛନ୍ତି।କିନ୍ତୁ ପରିତାପର ବିଷୟ ଥୁଆମୂଳ ରାମପୁରରୁ ଖଣି ଖନନ ହେଉଥିବାବେଳେ କମ୍ପାନୀ ରହୁଛି ଅନ୍ୟତ୍ର।ଯେଉଁଥିପାଇଁ ଅଂଚଳବାସୀ ଅବହେଳିତ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ