।। ବସନ୍ତ ପଡ଼ା ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ।।

ଲାଞ୍ଜିଗଡ଼(କୋରାପୁଟ ପ୍ରଥମ ଖବର ): ଆମ ଓଡିଶା ନବୀନ ଓଡ଼ିଶା ମାଧ୍ୟମରେ ସହର ଠାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବିକାଶର ମଡେଲ୍ ଦେଖିବାକୁ ମିଳୁଛି। ଆଜି ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ ଅର୍ନ୍ତଗତ ବସନ୍ତ ପଡ଼ା ପଞ୍ଚାୟତ ପରିସରରେ ସରପଞ୍ଚ ଚାଛେର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଶିବାଜୀ ମାଝୀ,ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିବାବେଳେମୁଖ୍ୟ ବକ୍ତା ଭାବେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସାଲକୋ ହେମ୍ରମ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ରୂପାନ୍ତରିତ କରଣ ବିଷୟରେ ମାର୍ଗଦର୍ଶନ ଦେଇଥିଲେ।ଏଥିରେ ସମ୍ମାନିତ ଅତିଥିଭାବେ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ବ୍ଲକ ଅଧ୍ୟକ୍ଷ କମଳା ପାତ୍ର,ଡବ୍ଲୁଇଓ ପଙ୍କଜ ବଳିଆର ସିଂ, ନାଏବ ସରପଞ୍ଚ ବିଳାସିନୀ ସୁନା, ସମାଜ ସେବି ରାଜେନ୍ଦ୍ର ମାଳି ସମେତ ପ୍ରମୁଖ ମଞ୍ଚାସିନ ଥିଲେ। ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲ୍ ମାନ ଖୋଲାଯାଇ ରାଜ୍ୟସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ସଚେତନତା କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମାଜିକ ଚାଲି ଚଳନ ଓ ସୁରକ୍ଷାକୁ ନେଇ ସଚେତନ ମୂଳକ ନାଟକ ଓ ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ଅମର ସିଂ ପୁଝାରୀଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାମ୍ବାଦିକ ସୁଶିଲ କୁମାର ବାଗ ମଞ୍ଚ ପରିଚାଳନା କରିଥିବାବେଳେ ଗ୍ରାମ ରୋଜଗାର ସେବକ ବିଭୁଦାନନ୍ଦ ଭୋଇଙ୍କ ନେତୃତ୍ବରେ ସମସ୍ତ ଗାଁସାଥି,ଏମବିକେ,ସିଆରପି, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ତଥା ପଞ୍ଚାୟତବାସୀ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ।
ଲାଞ୍ଜିଗଡ଼ ବ୍ଲକ ରୁ ସାଗର ବେନାଲ ଙ୍କ ରିପୋର୍ଟ କୋରାପଟ ପ୍ରଥମ ଖବର |
What's Your Reaction?






