ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ରାମେଶ୍ୱରମ-ମଦୁରାଇ ଅଭିମୁଖେ ଯାତ୍ରା କଲେ ୧୯୬ ବରିଷ୍ଠ ନାଗରିକ

Jan 6, 2026 - 20:22
 0  33
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ରାମେଶ୍ୱରମ-ମଦୁରାଇ ଅଭିମୁଖେ ଯାତ୍ରା କଲେ ୧୯୬ ବରିଷ୍ଠ ନାଗରିକ

ବାରିପଦା ତା ୦୬/୦୧(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଚଳିତବର୍ଷ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାରୁ ୧୯୬ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ପାଇଁ ମନୋନୀତ ହୋଇ ଆଜି ଅପରାହ୍ନ ୪ଘଟିକା ସମୟରେ ବାରିପଦା ସ୍ଥିତ ଷ୍ଟାଡିଅମ ପଡିଆ ନିକଟରୁ ରାମେଶ୍ୱରମ-ମଦୁରାଇ ଅଭିମୁଖେ ତୀର୍ଥ ଯାତ୍ରା ଆରମ୍ଭ କରିଛନ୍ତି. ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ସତ୍ୟଭାମା ବେହେରାଙ୍କ ତତ୍ୱାବଧାନରେ ଏକ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଏବଂ ଦୁଖବନ୍ଧୁ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଏସଡିଆଇପିଆର ଶିଶିର କୁମାର ମୁଣ୍ଡୁୟା ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସବୁଜ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଥିଲେ. ପ୍ରକାଶ ଥାଉକି ସମ୍ପୃକ୍ତ ବ୍ଲକ ପ୍ରଶାସନ ତରଫରୁ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ବାରିପଦା ଷ୍ଟାଡିୟମ କୁ ଅଣା ଯିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ୫ଟି ବସ ଯୋଗେ ୬ ଜଣ ନୋଡାଲ ଅଧିକାରୀଙ୍କ ତତ୍ୱାବଧାନରେ ବାଲେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି. ଆଜି ବାଲେଶ୍ୱର ଠାରେ ରାତ୍ର ରହଣି ପରେ ବୁଧବାର ସ୍ୱତନ୍ତ୍ର ଟ୍ରେନ ଯୋଗେ ରାମେଶ୍ୱରମ ଓ ମଦୁରାଇ ଅଭିମୁଖେ ଯାତ୍ରା କରିବେ. ତୀର୍ଥ ଯାତ୍ରା ଶେଷ ହେଲାପରେ ପୁଣି ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ନିଜ ନିଜ ଘରକୁ ପହଞ୍ଚାଇବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ