।। ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା, ନୋଟିସ ଜାରି କଲେ ଜିଲାପାଳ ।।

Apr 19, 2024 - 22:05
 0  15
।। ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା, ନୋଟିସ ଜାରି କଲେ ଜିଲାପାଳ ।।

କନ୍ଧମାଳ, (କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନସିଲର। ଏହା ଉପରେ ଆଲୋଚନା ଏବଂ ମତଗ୍ରହଣ ପାଇଁ ନୋଟିସ ଜାରି କରିଛନ୍ତି କନ୍ଧମାଳ ଜିଲାପାଳ l ସୂଚନା ଅନୁସାରେ, ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପାଇଁ ମ୍ୟୁନିସିପାଲିଟିର ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ କାଉନସିଲର ଅନାସ୍ଥା ପାଇଁ ଆବେଦନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ନିଜେ ପୌରାଧ୍ୟକ୍ଷା ବିଜେପି ଦଳର ହୋଇଥିବା ବେଳେ ଅନାସ୍ଥା ଆଣିଥିବା ୧୧ ଜଣଙ୍କ ମଧ୍ୟରେ ୨ ଜଣ ବିଜେପି କାଉନସିଲର ଅଛନ୍ତି। ଆବେଦନର ଅନୁଧ୍ୟାନ କରି ଜିଲାପାଳ ପୌର ପରିଷଦ ଆଇନର ଧାରା ୫୪(୨) ଅନୁସାରେ ଆସନ୍ତା ୨୩ ତାରିଖ ଦିନ ଏହା ଉପରେ ଆଲୋଚନା ଏବଂ ଆବଶ୍ୟକ ସ୍ଥଳେ ମତଦାନ ପାଇଁ ଚିଠି ନଂ ୬୭୪/୧୫-୪-୨୪ କ୍ରମେ ନୋଟିସ ଜାରି କରିଛନ୍ତି। ସ୍ମିତାରାଣୀ ଗତ ପୌର ନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନ ଲଢି ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଗତ କିଛି ଦିନ ଧରି ତାଙ୍କ ବିରୋଧରେ କାଉନସିଲର ମାନଙ୍କ ଅସନ୍ତୋଷ କୁହୁଳୁ ଥିବା ବେଳେ ଏବେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି। ସୂଚନାଯୋଗ୍ୟ ଏବେ ୧୩ ଜଣିଆ କାଉନସିଲରେ ବିଜେଡିର ୭ ଜଣ କାଉନସିଲ ଥିବା ବେଳେ ବିଜେପିର ୪ ଓ ଦୁଇ ଜଣ ସ୍ବାଧୀନ କାଉନସିଲର ଅଛନ୍ତି। ଏହି ଘଟଣା ସମଗ୍ର ଫୁଲବାଣୀରେ ଆଲୋଚନାର ବିଷୟ ହୋଇଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ,ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ