।। ଫୁଲଝର ରାସ୍ତା ପାଲଟିଛି ମରଣଯନ୍ତା ।।

Jul 24, 2024 - 19:36
 0  12
।। ଫୁଲଝର ରାସ୍ତା ପାଲଟିଛି ମରଣଯନ୍ତା ।।

କେନ୍ଦୁଝର ଜିଲ୍ଲାକୁ ରତ୍ନଗର୍ଭା କୁହା ଯାଉଥିବା ବେଳେ ଏଠି ମଣିଷ ଜୀବନ ହେଇପଡିଛି ମାଟି କେନ୍ଦୁଝର ଜିଲ୍ଲା ବାଂଶପାଳବ୍ଲକରେ ଦୁଇ ଦୁଇଟି ପ୍ଲାଣ୍ଟ ଫୁଲଝର ଅରଡେଣ୍ଟ ପ୍ଲାଣ୍ଟ ଓ ଅଁରା ଶ୍ରୀମେଣ୍ଟାଲିକ ପ୍ଲାଣ୍ଟ ଥିବା ସ୍ୱତ୍ୱେ ମଧ୍ୟ ଲକଙ୍କ ସୁଭିଧା ଦୂର ହେଇ ପାରୁନି, ପାଣି ସ୍ୱାସ୍ଥ୍ୟ ପାଇବା ତ ଦୂରର କଥା ଯେଉଁ ରାସ୍ତାରେ ପରିବହନ କରି କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି ସେଇ ରାସ୍ତାକୁ ମଧ୍ୟ ମରାମତି କରୁନାହାନ୍ତି, ଯେଉଁଥି ପାଇଁ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟିବା ସହ ଲୋକମାନେ ବହୁ ଅସୁବିଧାର ଶିଖାର ହେଇଛନ୍ତି, ସ୍କୁଲ ପିଲାମାନେ ମଧ୍ୟ ହାଣ୍ଠୁଏ ହାଣ୍ଠୁଏ ଖାଲ ଦେଇ ସ୍କୁଲକୁ ଯାଉଛନ୍ତି , ପିଲାମାନେ ସ୍କୁଲକୁ ଯିବା ପୂର୍ବରୁ ୧୦୦ ଥର ଭାବି ସ୍କୁଲ ଯାଉଛନ୍ତି,ଆଜି ମୁଁ ସ୍କୁଲରେ ଠିକ ସେ ବହଞ୍ଚି ପାରିବି ତ କାଦୁଅ ଛିଟା ମୋ ଦେହରେ ବାଜିବ ନି ତ, ଯେ ହେତୁ ରାସ୍ତା କଡରେ ସ୍କୁଲ ଅଛି ଖରା ଦେନେ ଧୂଳି ଧୂଆଁ ଆଉ ବର୍ଷା ଦିନରେ କାଦୁଅ ଛିଟା ଖାଉଛନ୍ତି ପିଲାମାନେ , ଯେ ହେତୁ ସ୍କୁଲ ଲାଗିକି ରାସ୍ତା ଅଛି ପିଲାମାନେ ଯିବା ଆସିବା କଷ୍ଟକର ହେଇପଡ଼ିଛି, ଗ୍ରାମବାସୀମାନେ ସ୍କୁଲ ପାଖରେ ରାସ୍ତା ଥିବାରୁ ପୂର୍ବରୁ ଥିବା ଜିଲ୍ଲାପାଳ ଆଶିଷ ଠାକରେ ଯାହା କଥାରେ ପୁରା ପ୍ରଶାସନ୍ ଉଠ ବସ ହେଉଥିଲା ଯେତେ ସବୁ ଔନୀତିକ କାର୍ଯ୍ୟ କରୁଥିଲେ ସେଇ ଜିଲ୍ଲାପାଳକୁ ଗ୍ରାମର ଗ୍ରାମବାସୀ ଅଭିଯୋଗ କରିଥିଲେ ଯେ ଗାଁର ଅନ୍ୟ ପଟେ ରେକଡ଼ ଜାଗା ଅଛି ସେଇ ଜାଗାରେ ରାସ୍ତା କରାଯାଉ କିନ୍ତୁ ଜିଲ୍ଲାପାଳ କର୍ଣ୍ଣପାତ କରି ନ ଥିଲେ ଯେ ହେତୁ ୨୪ ବର୍ଷର ବିଜେଡି ସରକାର ଥିଲା ମନ ଇଛା କାମ କରୁଥିଲେ, ଏବେ ମୋହନ ସରକାରଙ୍କ ଉପରେ ଆସ୍ତା ବିଶ୍ୱାସ ରଖିଛନ୍ତି ଗ୍ରାମବାସୀମାନେ ଦେଖା ଯାଉ ସରକାର ଏଥିପ୍ରତି କଣ ପଦକ୍ଷପ ଗ୍ରହଣ କରୁଛନ୍ତି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ