ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ନେଇ ସାମ୍ବାଦିକ ସମ୍ମିଳନୀ ତୃତୀୟ ପର୍ଯ୍ୟାୟରେ 25 ଲକ୍ଷ ଅତିରିକ୍ତ ସଂଯୋଗ ନିଃଶୁଳ୍କ ପ୍ରଦାନ କରାଯିବ
ବାରିପଦା ତା 10/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଅର୍ଥନୈତିକ ଭାବେ ଦୁର୍ବକ ପରିବାରର ମହିଳା ମାନଙ୍କୁ ସ୍ଵଚ୍ଛ, ସୁରକ୍ଷିତ ଏବଂ ସସ୍ତା ଏଲପିଜି ଗ୍ୟାସ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା 2016 ମସିହାରୁ ଆରମ୍ଭ ହୋଇଥିବା ବେଳେ, ବର୍ତ୍ତମାନ ଯୋଜନାର ତୃତୀୟ ପର୍ଯ୍ୟାୟରେ ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ଗୁଡିକରେ 25 ଲକ୍ଷ ଅତିରିକ୍ତ ସଂଯୋଗ ନିଃଶୁଳ୍କ ପ୍ରଦାନ କରାଯିବ. ଓଡ଼ିଶାର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ କୋରାପୁଟ ଜିଲ୍ଲାରେ ଏଲପିଜି ଉପଭୋକ୍ତା ସଂଖ୍ୟା ଅନୁପାତରେ ଯଥେଷ୍ଟ କମ ଥିବାରୁ ଏହି ଯୋଜନା ସର୍ବ ପ୍ରଥମେ ଏହି ଚାରୋଟି ଜିଲ୍ଲା ରେ କାର୍ଯ୍ୟକାରୀ ହେଉଛି. ଓଡ଼ିଶାର 87ଶତକଡା ପରିବାର ପାଖରେ ଏଲପିଜି ସୁବିଧା ଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ରେ ମାତ୍ର 66.9 ଶତକଡା ପରିବାର ପାଖରେ ଏଲପିଜି ସୁବିଧା ରହିଛି. ଏଣୁ ଉଜ୍ବଳା 3.0 ଯୋଜନାରେ ପୂର୍ବରୁ କୌଣସି ଏଲପିଜି ସଂଯୋଗ ନଥିବା ଗରିବ ପରିବାରର ବୟସ୍କ ମହିଳା ମାନେ ଏହି ଯୋଜନାରେ ନିଃଶୁଳ୍କ ଏଲପିଜି ସଂଯୋଗ ନିକଟସ୍ଥ ବିତରକ ବା ଅନଲାଇନରେ ଆବେଦନ କରି ନେଇପାରିବେ ବୋଲି ଆଜି ବାରିପଦା ସର୍କିଟ ହାଉସ ଠାରେ ଇଣ୍ଡିଆନ ଓଏଲ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଲ.ପି.ଜି ଓଡିଶାର ମୁଖ୍ୟ ମହାପ୍ରବନ୍ଧକ ଟୁଣ୍ଡୁପ ନାରୋ କହିଛନ୍ତି. ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା, କର୍ପୋରେଟ ସଂଚାର ବିଭାଗୀୟ ମହାପ୍ରବନ୍ଧକ ସୁସ୍ମିତା ତ୍ରିପାଠୀ, ଓଡିଶା ମଣ୍ଡଳୀୟ ଏଲ.ପି.ଜି ବିକ୍ରୟ ପ୍ରମୁଖ ସଚିନ କଦମ ପ୍ରମୁଖ ଉପସ୍ଥିତ ରହି ସବିଶେଷ ସୂଚନା ପ୍ରଦାନ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0