ପ୍ରକୃତି ପ୍ରେମୀ ଡ଼ଃ ଦୈତାରୀ ଡିଗାଲ ବୃତ୍ତି ଶିକ୍ଷକତା ନିଶା ପରିବେଶ ସୁରକ୍ଷା
ରାଇକିଆ : ୨୬/୦୨ (ଫାଷ୍ଟ ନ୍ୟୁଜ୍) କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସରକାରୀ ଶିକ୍ଷକ ଡଃ ଦୈତାରୀ ଡିଗାଲ ଜଣେ ପ୍ରକୃତି ପ୍ରେମୀ ମଣିଷ ଅଟନ୍ତି। ପରିବେଶକୁ ସବୁଜ ସୁନ୍ଦର କରିବା,ଜନସେବା ଆଦି ମହାତକାଂକ୍ଷୀ କାର୍ଯ୍ୟକୁ ଏବେ ଅଞ୍ଚଳବାସୀଙ୍କୁ ଦ୍ୱାରା ପ୍ରଶଂସା ସାଉଁଟିଛନ୍ତି । ସେ ନିଜ ସ୍କୁଲ ପରିବେଶ ସହିତ କିଭଳି ସମଗ୍ର ଅଞ୍ଚଳ ସବୁଜ ସୁନ୍ଦର ରହିବ ସେଥିପାଇଁ ଅହରହ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ବର୍ଷ ସାରା ବାହାଘର ବେଳେ କନ୍ୟା ଦାନ ସହ ଗଛଟିଏ ପ୍ରଦାନ,ଯାନିଯାତ୍ରା ଗୀତାଜଜ୍ଞରେ ସମସ୍ତଙ୍କୁ ଗଛ ପ୍ରଦାନ ମାତୃ ଭାଷା ଦିବସ, ବନ ମହୋତ୍ସବ ବେଳେ ଗଛ ବଣ୍ଟନ,ଚା ଦୋକାନୀ ମାନଙ୍କୁ ଗଛ ପ୍ରଦାନ,ପ୍ଲାଷ୍ଟିକ ଓ ପଲିଥିନ ବ୍ୟାଗର ବ୍ୟବହାର ନ କରି କନା ବ୍ୟାଗ ବ୍ୟବହାର କରିବାକୁ ଅନୁରୋଧ, କରିବା ସହ ହାଟ ପୋଖରୀ କୁଳ ସଫା ସୁତରା ରଖିବା ସହ ପଶୁ ପକ୍ଷୀ ମାନଙ୍କ ସେବା ଆଦି ସମାଜ କଲ୍ୟାଣ ଦିଗରେ ପ୍ରଚେଷ୍ଟା ଜାରି ରଖୁଛନ୍ତି। ବର୍ଷକୁ ପ୍ରାୟ ୨୦୦୦ ଗଛ ବଣ୍ଟନ କରିଥାନ୍ତି ପ୍ରକୃତି ପ୍ରେମୀ ଡ ଦୈତାରୀ ଡିଗାଲ । ବିଦ୍ୟାଳୟର ଛୁଟି ଦିନରେ ସମସ୍ତ ଗ୍ରାମର ବୟସ୍କ ଓ ଯୁବକ ଲୋକମାନଙ୍କୁ ଏକତ୍ରିତ କରି ଲଣ୍ଡା ପାହାଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ସହ ରାଇକିଆ ବ୍ଲକରେ ମାଗଣା ଚାରା ବଣ୍ଟନ କରିଥାନ୍ତି। ପରିବେଶ ସୁରକ୍ଷା ପାଇଁ ଗଛର ଉପକାରିତା, ପିଲାଟିଏ ବୃକ୍ଷଟିଏ, ଆଗାମୀ ପିଢ଼ି ପାଇଁ ଆମର ବଡ ଅବଦାନ ବୃକ୍ଷ ହେଉ, ଜଙ୍ଗଲ ସୁରକ୍ଷା ଆଦି ବିଭିନ୍ନ ଆହ୍ୱାନ ଦେଇ ଲୋକମାନଙ୍କ ପାଖକୁ ଯାଇ ଜଙ୍ଗଲ କୁ ନିଆ ଦାଉରୁ ରକ୍ଷା କରିବା ସଚେତନ କାର୍ଯ୍ୟକ୍ରମ କରିଥାନ୍ତି। ବିଦ୍ୟାଳୟରେ ଶିକ୍ଷକତା ବୃତ୍ତି କରୁଥିବା ବେଳେ ନିଶା ତାଙ୍କର ପରିବେଶକୁ ସୁରକ୍ଷିତ ରଖିବା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0