ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ଆଶୁ ଆରୋଗ୍ୟ କାମନା କରି ମନ୍ଦିର ମାନଙ୍କରେ ଦୀପ ପ୍ରଜ୍ଜ୍ବଳନ

Aug 27, 2024 - 21:06
 0  25
ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ଆଶୁ ଆରୋଗ୍ୟ କାମନା କରି ମନ୍ଦିର ମାନଙ୍କରେ ଦୀପ ପ୍ରଜ୍ଜ୍ବଳନ

ନୂଆପଡା : ଆଜି ନୂଆପଡା ସହର ବ୍ଲକ ଏବଂ ଏନଏସିର ବିଭିନ୍ନ ସ୍ଥାନରେ ପୂର୍ବତନ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀପୁର ବସନ୍ତ କୁମାର ପଣ୍ଡାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେପି କାର୍ଯ୍ୟକର୍ତାମାନେ ବିଭିନ୍ନ ମନ୍ଦିର ମାନଙ୍କରେ ଦୀପ ପ୍ରଜ୍ଜଳନ କରିଥିବା ନଜରକୁ ଆସିଥିବା ବେଳେ ଆଜି ଏନଏସି ନଗର ମଣ୍ଡଳ ତରଫରୁ ପୂର୍ବତନ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ସମସ୍ତଙ୍କ ପ୍ରିୟ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ମୁମ୍ବାଇ ସ୍ଥିତ ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସିତ ଅବସ୍ଥାରେ ଥିବାରୁ ତାଙ୍କ ଆସୁ ଆରୋଗ୍ୟ କାମନା କରି ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ଠାରେ ମଣ୍ଡଳର ଜିଲ୍ଲା କୋଷାଧ୍ୟକ୍ଷ ସୁସାନ୍ତ ପତି, ସଦସ୍ୟତା ସହ ପ୍ରଭାରୀ ପ୍ରଦିପ ମହାପାତ୍ର, ମଣ୍ଡଳ ସଭାପତି ବିଜୟ ଚନ୍ଦ୍ରପାର, ବରିଷ୍ଠ କାର୍ଯ୍ୟକର୍ତା ପପୁ ଠାକୁର, ଯୁବମୋର୍ଚ୍ଚା ଜିଲ୍ଲା କୋଷାଧ୍ୟକ୍ଷ ମନିସ ତିବାରୀ, ଜିଲ୍ଲା ସାଧାରଣ ସମ୍ପାଦକ ଯୁବମୋର୍ଚ୍ଚା ସଦାନନ୍ଦ ଯୋଷୀ, ଆଲୋକ ଧଳ, ବୁଲୁ ନାଏକ, ଅଭିଜିତ ପଣ୍ଡା ପ୍ରମୁଖ ଦୀପ ପ୍ରଜ୍ଜଳନ କରିଥିବା ବେଳେ ନୂଆପଡା ସଦର ବ୍ଲକ ପରକୋଡ଼ ଗାଁ ସ୍ଥିତ ହନୁମାନ ମନ୍ଦିର ଠାରେ ବିଜେପି କାର୍ଯ୍ୟକର୍ତା ମାନେ ଶ୍ରୀଯୁକ୍ତ ପଣ୍ଡାଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ପ୍ରଜ୍ବଳନ କରିଥିବା ନଜରକୁ ଆସିଥିବା ବେଳେ ଏଥିରେ ବିଜେପି କାର୍ଯ୍ୟକର୍ତ୍ତା ସରୋଜ ଜଗତ, ଲିଙ୍ଗରାଜ ଦଣ୍ଡସେନା, ଆନନ୍ଦ ରାଉତ, ହୀରା ମାଝୀ, ଟିକେରାମ ଦେବାଙ୍ଗନ, ନବିନ ଦେବାଙ୍ଗନ, ଲୋଚନ ସାହୁ ପ୍ରମୁଖ ସାମିଲ ଥିଲେ।

 ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ