।। ପୁଣି ଓଡିଆ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।।

Oct 14, 2023 - 19:09
 0  307
।। ପୁଣି ଓଡିଆ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।।

ଥୂଆମୂଳ ରାମପୁର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଦୁର୍ଗମ ଥୁଆମୂଳ ରାମପୁର ବ୍ଳକ କାଣିଗୁମା ଗ୍ରାମପଞ୍ଚାୟତ ଅଧିନସ୍ଥ ଅମଠା ଗୁଡା ଗ୍ରାମର ନରେନ୍ଦ୍ର ମାଝୀ 29 ବର୍ଷୀୟ ନାମକ ଜଣେ ଯୁବକ କେରଳ ଠାରେ ଦାଦନ ଶ୍ରମିକ ଭାବେ କାମ କରି ଯାଇ ମୃତ୍ୟୁ ବରଣ କରିଥିବା ସୁଚନା ମିଳିଛି। କେରଳ ରାଜ୍ୟର କାନୁର ଜିଲ୍ଲା ସେରିଫରମ୍ ଗାଁ ଠାରେ ଥିବା ଶକ୍ତି ଷ୍ଟେସନ କ୍ରସର କମ୍ପାନୀ ରେ କାମ କରୁଥିବା ବେଳେ ପଥର ଖଣ୍ଡ ଗୁଡ଼ିକ ଯୁବକ ଙ୍କ ମୁଣ୍ଡ ଉପରେ ପଡିଥିବା ହେତୁ ସେ ଗୁରୁତର ହୋଇ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ସେଠାରେ ହଁ ତାଙ୍କର ମୃତ୍ୟୁ ହୋଇଥିବା ସଂପର୍କରେ ତାଙ୍କ ସହିତ କାମ କରୁଥିବା ସାଙ୍ଗ ଜଣକ ପରିବାର ଲୋକଙ୍କୁ ଫୋନ୍ ଯୋଗେ ଜଣାଇଥିବା ଜଣାପଡିଛି। ଏନେଇ ଶନିବାର ପ୍ରିୟଙ୍କା ମାଝୀ ବୟସ 27ବର୍ଷ ଥୁଆମୂଳ ରାମପୁର ଥାନାରେ ଏବଂ ବିଡ଼ିଓ. ତହସିଦାର. କଳାହାଣ୍ଡି ଜିଲ୍ଲା ପାଳ ଙ୍କ ପାଖରେ ଅଭିଯୋଗ କରିଛନ୍ତି କି ଦାଦନ ଶ୍ରମିକ ଙ୍କ ମୃତ୍ୟୁ ଦେହ ଟିକୁ ନିଜଜନ୍ମ ଗାଁଆମଠାଆଗୁଡ଼କୁ ଫେରାଇ ଆଣିବା ସହିତ ସରକାର ଙ୍କ ସହାୟତାଯୋଗାଇ ଦେବା ପାଇଁ ପ୍ରଶାସନ କୁ ପରିବାର ଲୋକେ ନିବେଦନ କରିଛନ୍ତି ।

ଥୁଆମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ