।। ପୁଣି ଏକ ଗାଇକୁ ଖାଇଲା କାଲରାପତରିଆ ବାଘ ।।

Nov 1, 2023 - 15:50
 0  31
।। ପୁଣି ଏକ ଗାଇକୁ ଖାଇଲା କାଲରାପତରିଆ ବାଘ ।।

ନୂଆପଡ଼ା: ନୂଆପଡା ଜିଲାରେ ବାଘ ଆତଙ୍କ ଥମିବାର ନାଁ ନେଉନି। ଦିନକୁ ଦିନ ଆତଙ୍କ ଖେଳାଇ ଚାଳିଛି ରକ୍ତମୁଖା କଲରାପତରିଆ ବାଘ । ଗୋଟେ ପରେ ଗୋଟେ ମଣିଷ ହେଉ ବା ଜନ୍ତୁ ଶିକାର କରି ରକ୍ତ ଶୋଷିବାରେ ଲାଗିଛି। ସୋମବାର ଜଣେ ଶିଶୁକୁ ମାରିବା ପରେ ମଙ୍ଗଳବାର ପୁଣି ଏକ ଗାଈକୁ ମାରି ଖାଇଛି କଲରାପତରିଆ ବାଘ । ଧରମବନ୍ଧା ଥାନା ଭରୁଆମୁଣ୍ଡା ପଞ୍ଚାୟତ କଟିଙ୍ଗପାଣି ଗାଁ ଗୌଧସ ପଡାର ଅର୍ଜୁନ ଧରୁଆ ନିଜ ଗାଈଗୋରୁ ଜଙ୍ଗଲକୁ ଚରାଇ ଆଣି ସନ୍ଧ୍ୟାରେ ବାନ୍ଧିଥିଲେ। ସକାଳୁ ଉଠି ଦେଖିଲା ବେଳକୁ ଗୁହାଳରେ ଗୋଟେଗାଈ ନାହିଁ। ଖୋଜାଖୋଜି ପରେ ଘର ବାଡି ପଟେ ଗାଈର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଗାଁରେ ଗୋଟେ ପରେ ଗୋଟେ ଶିକାର ହେଉଥିବାରୁ ଲୋକେ ଆତଙ୍କିତ ହୋଇ ପଡିଲେଣି । ଘର ତାଟି କବାଟ ଦେଇ ଦଳ ଦଳ ହୋଇ ହାତରେ ଠେଙ୍ଗା ବାଡି ଧରି ଜଗି ବସିଛନ୍ତି। ବର୍ତ୍ତମାନ ଧାନ ଅମଳ ସମୟ ଲୋକେ ଚିନ୍ତାରେ ପଡି ଗଲେଣି । ଭୟରେ ଲୋକେ ନିଜ ଜମିକୁ ଯାଉନାହାନ୍ତି । କ୍ଷୟକ୍ଷତି ହୋଇଥିବା ପରିବାରକୁ ଶୀଘ୍ର ସହାୟତା ରାଶି ପ୍ରଦାନ କରାଯାଉ ଓ ଯଥାଶୀଘ୍ର ବାଘ ଧରି ଅନ୍ୟତ୍ର ନିଆଯାଉ ନ ହେଲେ ଆମେ ସମସ୍ତେ ବାଘ କବଳରୁ ରକ୍ଷା ପାଇବୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

ନୂଆପଡ଼ାରୁ ବିଶ୍ୱନାଥ ସମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ