।। ପାଚିକା ସହାୟିକା ସଂଘ ତରଫରୁ ଗଣ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ।।

Sep 18, 2023 - 06:06
 0  7
।। ପାଚିକା ସହାୟିକା ସଂଘ ତରଫରୁ ଗଣ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ପାଚିକା ସହାୟିକା ସଂଘ ପକ୍ଷରୁ ବ୍ଲକର ୧୪ ଟି ପଞ୍ଚାୟତରେ ଥ‌ିବା ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟକରୁ ଥ‌ିବା ପାଚିକା ସହାୟିକା ମାନେ ଏକତ୍ରିତ ହୋଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ବିଇଓଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି।

ଏନେଇ କ. ନୂଆଗାଁ ହାଇସ୍କୁଲ ଖେଳ ପଡିଆ ଠାରୁ ଶତାଧିକ ପାଚିକା ମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ବଜାର ପରିକ୍ରମା କରି କୁଡୁତୁଲି ଛକ ଠାରୁ ଫେରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ସେଠାରେ ସଂଘ ପକ୍ଷରୁ ୧୨ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଦାବି ପତ୍ରରେ ଗତ ୨୮ ମାସର ବର୍ଦ୍ଧିତ ବକେୟା ପ୍ରାପ୍ୟ ପ୍ରଦାନ, ପୂର୍ବ ଘୋଷଣା ପ୍ରକାରେ ଦରମା ଓ ନିୟମିତ ପ୍ରତି ମାସରେ ଦରମା ଏବଂ ବର୍ଷକୁ ଦୁଇ ହଳ ଶାଢ଼ୀ ପ୍ରଦାନ ଭଳି ବିଭିନ୍ନ ସୁବିଧା ସୁଯୋଗ ଦେବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ପପୁନ ସାହୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଭାନେତ୍ରୀ ରମନିତି ମଲ୍ଲିକ, ବ୍ଲକ ସଭାନେତ୍ରୀ ନର୍ମଦା ବେହେରା, ସଦସ୍ୟା ନିରୁପମା ପାତ୍ର, ଭବାନୀ ପାତ୍ର, ବବିତା ଦିଗାଲ, ସରସ୍ବତୀ ଦିଗାଲ ଓ କମଳିନୀ ବେହର୍ଦ୍ଦଳାଇଙ୍କ ନେତୃତ୍ବରେ ବ୍ଲକର ସମସ୍ତ ପାଚିକା ସହାୟିକା ମାନେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ