।। ପଲିଥିନରେ ବିତୁଛି ପାଞ୍ଚ ପରିବାର ଜୀବନ ।।

Aug 3, 2023 - 19:34
 0  160
।। ପଲିଥିନରେ ବିତୁଛି ପାଞ୍ଚ ପରିବାର ଜୀବନ ।।

କଳାହାଣ୍ଡି:(କୋରାପୁଟ ପ୍ରଥମ ଖବର) ନିରୀହ ଗରିବ ପାଇଁ ସରକାର କୋଟି କୋଟି ଟଙ୍କା ର ଯୋଜନା କରି ଖର୍ଚ୍ଚ କରୁଛନ୍ତି ସତ ହେଲେ ପ୍ରକୃତହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରୁନି l

ବିଜୁ ପକ୍କା ଘର କି ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡେ ପାଇଁ ଲୋକେ ଅପେକ୍ଷାରେ ଅଛନ୍ତି ପାଞ୍ଚ ପରିବାର l ଏ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦରମହକୁମାର ର ଯାକେଶ ପଦର ସ୍କୁଲ ପଡା ଲୋକ ମାଟି କୁଡ଼ିଆ ରେ ପଲିଥିନ କୁ ଛାଉଣୀ କରି ବହୁ ଦୁଃଖ କଷ୍ଟରେ ବସବାସ କରିଚାଲିଛନ୍ତି l

ପାଞ୍ଚ ପରିବାର ଲୋକ ପ୍ରଶାସନ ହେଉ କି ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ଗୁହାରି କରି ଶେଷରେ ଗଣମାଧ୍ୟମ କୁ ଜଣାଇ ତାଙ୍କ ଅସୁବିଧା ସବୁ ଜଣାଇଥିଲେ l

ଏଥିରେ ଚନ୍ଦୁ ନାଏକ,ରାମେଶ୍ୱର ନାଏକ,ରାମ ନାଏକ,ଶ୍ରୀପତି ନାଏକ, କାଳିଆ ନାଏକ ସରକାର ଙ୍କ ଘର ଖଣ୍ଡେ ପାଇଁ ଅପେକ୍ଷା କରିଛନ୍ତି ହେଲେ କେବେ ସରକାର ଘର ଯୋଗାଇ ଦେବେ ଏବଂ ପାନୀୟ ଜଳ ର ବି ସମସ୍ୟା ଥିବା ପଡା ବାସି ପ୍ରକାଶ କରିଥିଲେ l

ଆଜିକାଲି ବର୍ଷା ସମୟରେ ବର୍ଷା ପାଣି ଘରେ ପଶିବା ସହ ମାଟି କାନ୍ଥ ସବୁ ଆଁ କରିଛି କେତେବେଳେ ଭୁଶୁଡି ଯାଇ ପାରେ l ପଡ଼lବାସୀ ଆଜକୁ ପ୍ରାୟ 15/20ବର୍ଷ ହେବ ସେଠାରେ ବସବାସ କରିଆସୁଛନ୍ତି lକଥାରେ ନାହିଁ ଦୀପ ତଳ ଅନ୍ଧାର ଭଳିଆ ହୋଇଛି ଏଥିରେ ଅନେକ କାର୍ଯ୍ୟାଳୟ ଅଛି ଆଉ ମାଲ ମାଲ ଅଫିସର ଥିଲା ପରେ ବି ଲୋକେ ଏପରି ଦୁଃଖ ଦୁର୍ଦଶା ରେ ଜୀବନ ଜାପନ କରିବା କେତେ ଯେ କଷ୍ଟ ତାହା ବର୍ଣ୍ଣନା କରିହେବ ନାହିଁ l ଖବର ଆମର ବିଚାର ଆପଣମାନର l ଖବର ପ୍ରସାରଣ ହେଲା ପରେ କଣ ସୁବିଧା ମିଳୁଛି ତାହା ଦେଖିବାକୁ ବାକି ରହିଲା କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ