ପରକୀୟା ପ୍ରେମରେ ବିବାହିତ ପ୍ରିନ୍ସିପାଲ,ଗିରଫ ଭୟରେ ଫେରାର

Sep 25, 2025 - 06:36
 0  49
ପରକୀୟା ପ୍ରେମରେ ବିବାହିତ ପ୍ରିନ୍ସିପାଲ,ଗିରଫ ଭୟରେ ଫେରାର

କଳାହାଣ୍ଡି: (ମକୁନ୍ଦ ନାଏକ)ଭବାନୀପାଟଣା :- ଭାରତୀୟ ସଂସ୍କୃତିରେ ଶିକ୍ଷକ ଈଶ୍ୱର ରୂପେ ସମ୍ମାନିତ। ଜଣେ ଶିକ୍ଷକ ହିଁ ଶ୍ରେଣୀ କକ୍ଷରେ ସୁସ୍ଥ ସମାଜ ନିର୍ମାଣ କରୁଥିବାରୁ ସବୁରି ବିଶ୍ୱାସ ଯୋଗ୍ୟ। ହେଲେ ସେଇ ଶିକ୍ଷକ ନିଜେ ପରକୀୟା ପ୍ରେମରେ ଉବୁଟୁବୁ ହେବା ଗ୍ରହଣୀୟ ନୁହେଁ। ଏଭଳି ଏକ କଳଙ୍କିତ ଅଧ୍ୟାୟ ଲେଖିଛନ୍ତି ଧର୍ମଗଡ଼ ବ୍ଲକ ବେହେରା ଗ୍ରାମର ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ। ଖବରରୁ ଜଣାଯାଏ ଯେ,ବିବାହିତ ଅଧ୍ୟକ୍ଷ ଦୀର୍ଘ ଏକ ବର୍ଷରୁ ଅଧିକ ହେବ ନିଜର ଜଣେ ସମ୍ପର୍କୀୟ ବିବାହିତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଭବାନୀପାଟଣାର ଏକ ଭଡାଘରେ ରଖି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ହେଲେ ଗତ କିଛି ଦିନ ତଳେ ସମ୍ପୃକ୍ତ ପ୍ରିନସିପାଲ ତାଙ୍କର କିଛି ସହଯୋଗୀଙ୍କ ସହାୟତାରେ ପୀଡ଼ିତାଙ୍କୁ ବାହାରକୁ ବୁଲିଯିବା କହି ଭୁଲେଇ ତାଙ୍କ ପୂର୍ବ ସ୍ୱାମୀଙ୍କ ଗାଁରେ ଛାଡି ଚତୁରତାରେ ଚମ୍ପଟ ମାରିଥିଲେ।

ଏପରିକି ପୀଡିତାଙ୍କ ସହ ଯୋଗାଯୋଗ ମଧ୍ୟ ବନ୍ଦ କରିଦେବାରୁ ପୀଡିତା ଜଣକ କୋଉ କୁଳର ନ ହୋଇ ଗତ 9 ତାରିଖ ଦିନ ଜୟପାଟଣା ଥାନାରେ ଅଭିଯୁକ୍ତ ପ୍ରିନ୍ସପାଲ ଓ ତାଙ୍କର ସହଯୋଗୀମାନଙ୍କ ବିରୁଦ୍ଧରେ କେସ ଦାଏର କଲେ। ଜୟପାଟଣା ଥାନା କେସ ନଂ 206/2025 ଦଫା 69,49,351(2) BNS ରେ ଉକ୍ତ କେସ ପଞ୍ଜିକରଣ ହେତୁ ବର୍ତମାନ ଅଭିଯୁକ୍ତ ମାନେ ଆଗୁଆ ଜାମିନ ପାଇଁ ଓଡିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଜଣା ପଡିଛି। ଦୁଃଖର କଥା ଯେ,କେସ ରୁଜ୍ଜୁ ହେବାର ପନ୍ଦର ଦିନ ପରେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନ କରିବାରୁ ପୀଡିତା ତୁରନ୍ତ ଗିରଫ ନ କଲେ ବାଧ୍ୟ ହୋଇ ଆତ୍ମହତ୍ୟା କରିବି ବୋଲି ଗଣ ମାଧ୍ୟମକୁ କହିଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିର୍ମଳ ଚନ୍ଦ୍ର ନାଏକ ଏକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ହୋଇ ବି ଏଭଳି ଅସାମାଜିକ କାମରେ ଲିପ୍ତ ରହିବା ଉଭୟ ପରିବାର ତଥା ବୁଦ୍ଧିଜୀବୀ ମହଲରେ ଲଜ୍ଜାର ବିଷୟ ବୋଲି ଆଲୋଚନା ହେଉଛି। ଜୟପାଟଣା ପୋଲିସ କିନ୍ତୁ ଅଭିଯୁକ୍ତକୁ ଗିରଫ କରିବା ଦୂରେଥାଉ ତଦନ୍ତରେ ବି ତତ୍ପରତା ପ୍ରକାଶ ନ କରୁଥିବାରୁ ନ୍ୟାୟ ପାଇଁ ଏସପି ଅଫିସ ସମ୍ମୁଖରେ ଗଣ ଧାରଣା ଦେବାକୁ ପ୍ରସ୍ତୁତ ହେଉଥିବା ପୀଡିତାଙ୍କ ପରିବାର ତରଫରୁ ପ୍ରକାଶ। ଆଗାମୀ ଦିନରେ ଜିଲ୍ଲା ଶିକ୍ଷା ବିଭାଗ ଓ ପୋଲିସ କେଉଁ ଦୃଷ୍ଟାନ୍ତଯୁକ୍ତ ପଦକ୍ଷେପ ନେଉଛନ୍ତି ଦେଖିବାକୁ ରହିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ