ପଣ୍ଡିତ ରହିଦାସ ସିଂ ନାଗଙ୍କ ପୁଣ୍ୟତିଥି ପାଳିତ ମୁଣ୍ଡାରୀ ଶିକ୍ଷା,ସାହିତ୍ୟ ଓ ସଂସ୍କୃତି ବିକାଶର ଅଗ୍ରଦୂତ ଥିଲେ ସ୍ୱର୍ଗତଃ ନାଗ
ବାରିପଦା ତା ୩୦/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ମୁଣ୍ଡା ଜାତିର ଗୌରବ ତଥା ମୁଣ୍ଡାରୀ ବାନି ଲିପିର ଆବିଷ୍କାରକ ପଣ୍ଡିତ ରହିଦାସ ସିଂ ନାଗଙ୍କ ୧୩ତମ ପୁଣ୍ୟତିଥି ଅବସରରେ ଆଜି ମୁଣ୍ଡା ଯୁବ ସଙ୍ଗଠନ ଆନୁକୁଲ୍ୟରେ ବାରିପଦା ମଧୁବନରେ ଥିବା ତାଙ୍କ ପ୍ରତିମୂର୍ତ୍ତି ସ୍ଥଳ ଏବଂ ତାଙ୍କର କର୍ମଭୂମୀ ଠାରେ ଥିବା ସମାଧିପୀଠ ଏବଂ ରଙ୍ଗାମାଟିଆ ନିକଟସ୍ଥ ଶାଳବଣି ଗ୍ରାମ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି. ଏହି ଅବସରରେ ତାଙ୍କର ମୁଣ୍ଡା ସମାଜ ତଥା ମୁଣ୍ଡାରୀ ଭାଷା ପ୍ରତି ଅବଦାନ, ଆଦର୍ଶ ଓ ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରାଯାଇଥିଲା. ଏହି ଅବସରରେ ସମାଜସେବୀ ତଥା ମୁଣ୍ଡା ଯୁବ ସଂଗଠନର ଉପଦେଷ୍ଟା ରାକେଶ ସିଂ, ମୁଣ୍ଡା ଯୁବ ସଂଗଠନର କାର୍ଯ୍ୟକାରୀ ସଂପାଦକ ଛାଟିଆ ସିଂ, ମୁଣ୍ଡାରୀ ସମାଜ ସାୱାଁର ଜାମଡାର ସଭାପତି ନନ୍ଦଲାଲ ସିଂ, ଅବସରପ୍ରାପ୍ତ ରେଳ ବିଭାଗ ଅଧିକାରୀ ଜେନା ପ୍ରସାଦ ସିଂ, ମୁଣ୍ଡାରୀ ସମାଜ ସାୱାଁର ଜାମଡାର ଉପଦେଷ୍ଟା ରାଜେନ୍ଦ୍ର ସିଂ, ଏମ.ଏଲ.ସି.ସି.ର ଜିଲ୍ଲା ସଂପାଦକ ଇଂ. ସୁନାରାମ ସିଂ, ମୁଣ୍ଡା ଯୁବ ସଂଗଠନର କାର୍ଯ୍ୟକାରୀ ସଂପାଦକ ମନୋରଞ୍ଜନ ସିଂ, ଜିଲ୍ଲା ସମ୍ପାଦକ ରାଜେଶ କୁମାର ସିଂ ପ୍ରମୁଖ ଯୋଗଦେଇ ପଣ୍ଡିତ ରହିଦାସ ସିଂ ନାଗ ମୁଣ୍ଡାରୀ ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ବିକାଶର ଅଗ୍ରଦୂତ ଥିଲେ ବୋଲି କହିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ରଶ୍ମିତା ସିଂ, ତପସ୍ୱିନୀ ସିଂ, ଦେବକୀ ସିଂ, ସ୍ଵାତୀ ସିଂ, ସାବିତ୍ରୀ ସିଂ, ଲକ୍ଷ୍ମୀପ୍ରିୟା ସିଂ, ରଚିତା ସିଂ, ସୁଭଦ୍ରା ସିଂ, ଅଜିତ କୁମାର ସିଂ, ରବି ସିଂ, ଶିବ ଶଙ୍କର ସିଂ ପ୍ରମୁଖ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ଆଦର୍ଶକୁ ଅନୁସରଣ କରିବାକୁ ସଂକଳ୍ପ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0