ପଡିଆ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

Aug 30, 2025 - 19:26
 0  159
ପଡିଆ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ମାଲକାନଗିରି, ୩୦/୮/୨୫: ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପଡିଆ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାକାର ସ୍ଵାସ୍ଥ୍ୟ ଭିତ୍ତିଭୂମି ତଦାରଖ କରିବା ସହ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ପ୍ରଦାନ କରିବାକୁ କହିଥିଲେ। ସେହିପରି ରୋଗୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ସେଠାରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ସେହିପରି ଗ୍ରାମୀଣ ପାଠାଗାର ମଧ୍ଯ ପରିଦର୍ଶନ କରି ଭିତ୍ତିଭୂମି ତଦାରଖ କରିଛନ୍ତି ଜିଲ୍ଲାପାଳ I ଜିଲ୍ଲାପାଳ ଉଣ୍ଡରୁକୋଣ୍ଡାଠାରେ ଥିବା କନ୍ୟାଶ୍ରମ ପି.ଏମ-ଶ୍ରୀ ସ୍କୁଲ, ଆମ ବ୍ୟାଙ୍କ ସୁବିଧା କେନ୍ଦ୍ର, ଘରୋଇ ଉତ୍ପାଦ ୟୁନିଟ୍ କେନ୍ଦ୍ର ବୁଲି ଦେଖିବା ସହ ସେଠାରେ ଚାଲିଥିବା କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ I ସେହିଭଳି ବାପନପାଲ୍ଲୀ ଠାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ଭିତ୍ତିଭୂମି ଦେଖିବା ସହ ଅଙ୍ଗନବାଡ଼ି କେନ୍ଦ୍ର, ଏମ.ଭି-୫୮ ଠାରେ ଥିବା କୁକୁଡ଼ା ଫାର୍ମ ବୁଲି ଦେଖିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର ଓ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନୀ କୁମାର ମହାପାତ୍ର ଙ୍କ ସମେତ ସମସ୍ତ କ୍ଷେତ୍ର ସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ