ପଡ଼ିଆ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ପକ୍ଷରୁ କୃଷ୍ଟ ରୋଗ ସଚେତନତା ଅଭିଯାନ

Nov 18, 2025 - 18:33
 0  13
ପଡ଼ିଆ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ପକ୍ଷରୁ କୃଷ୍ଟ ରୋଗ  ସଚେତନତା  ଅଭିଯାନ

ପଡିଆ, ୧୭/୧୧: ପଡିଆ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ପକ୍ଷରୁ କୃଷ୍ଟ ରୋଗ ସଚେତନତା ନିମନ୍ତେ ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଏ ଡି ପି ହେଚ୍ ଓ ଡାକ୍ତର ନିହାର ରଞ୍ଜନ ପ୍ରହରାଜ ଯୋଗ ଦେଇ ସଚେତନତା ରଥ ଶୁଭ ଉଦ୍ଧଘlଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱନୀ କୁମାର ମହାପାତ୍ର, ଡାକ୍ତର ଏନ ଟି ସି ବେହେରା, ଏ ଡି ପି ହେଚ୍ ଓ ଡାକ୍ତର ସୌଭାଗ୍ୟ ରଞ୍ଜନ ରନସିଂ, ଡାକ୍ତର ମୌସୁମୀ ମିଶ୍ର, ଡାକ୍ତର ସିଦ୍ଧାର୍ଥ ଶଙ୍କର ଦାସ, ଡାକ୍ତର ସୌଭାଗ୍ୟ ଦାସ, ମହାନନ୍ଦ ମିସ୍ତ୍ରୀ. ବି ପି ଏମ. ସି ହେଚ ପଡିଆ, ନବୀନ ଚନ୍ଦ୍ର ସମରଥ ପି ହେଚ୍ ଇ ଓ ଇନଚାର୍ଜ ପଡିଆ, ନାକା ପ୍ରଭୁ କୁମାର ସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଏହି ସଚେତନତା ଅଭିଯାନ ନଭେମ୍ବର ୧୭ ଠାରୁ ଆରମ୍ଭ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଘରକୁ ଆଶା ଏବଂ ସ୍ଵାସ୍ତ୍ୟ କର୍ମୀମାନେ ଯାଇ ପରିବାର ସମସ୍ତଙ୍କୁ ଯାଞ୍ଚ କରି ସଂନ୍ଦେହ ହେଲେ ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା କରା ଯାଇ ସୁସ୍ଥ ହେବା ପାଇଁ ଚିକିତ୍ସା କରାଯିବ ବୋଲି ଏ ଡି ପି ହେଚ୍ ଓ ଶ୍ରୀ ପ୍ରହରାଜ କହି ଛନ୍ତି l l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ