ନୂତନ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ
ବାରିପଦା ତା 14/11 ମୟୁରଭଞ୍ଜ ଜିଲ୍ଲାର ନୂତନ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭାବେ ଲୋକନାଥ ମିଶ୍ର କାର୍ଯ୍ୟରେ ଯୋଗଦାନ କରିଛନ୍ତି. ବାରିପଦା ସ୍ଥିତ କୃଷି କାର୍ଯ୍ୟାଳୟରେ ପୂର୍ବରୁ ଦାୟିତ୍ୱରେ ଥିବା ଜ୍ଞାନ ବଲ୍ଲଭ ଦାସଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି. ଶ୍ରୀ ମିଶ୍ର ଏହା ପୂର୍ବରୁ ରାଇରଙ୍ଗପୁର କୃଷି ଜିଲ୍ଲା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ. ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭାବେ ପଦୋନ୍ନତି ପାଇ ସେ ଏଠାରେ ଯୋଗ ଦେଇଛନ୍ତି. କୃଷି ଓ କୃଷକର ଉନ୍ନତି ଓ ବିଭିନ୍ନ କୃଷି ଓ ଆନୁସଙ୍ଗିକ ଯୋଜନା ଯେପରି ପ୍ରତ୍ୟେକ ଚାଷୀଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି ସେ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି. ମୟୂରଭଞ୍ଜ ଏକ ବୃହତ ଜିଲ୍ଲା ମାତ୍ର କୃଷିକ୍ଷେତ୍ରରେ ଏହା ବହୁତ ପଛରେ, ଏହି ଜିଲ୍ଲାରେ ଧାନ ଚାଷ ପରେ ଚାଷିହାତ ବାନ୍ଧି ବସିଥାଏ ଏବଂ ଅଧିକାଂଶ ଚାଷଜମି ପଡ଼ିଆ ପଡ଼ିଥାଏ,ସାର କାରଙ୍କ ମାଳମାଳ ଯୋଜନା ତାହା କେବଳ ଯୋଜନାରେ ରହିଯାଉଛି। ଏହି କୃଷି ବିଭାଗ ହେଉ, କି ଏହି ବିଭାଗ ଅଧିନରେ କାର୍ଯ୍ୟକରୁଥିବା ସମସ୍ତ ଏନ.ଜି.ଓ ହେଉ ଏମାନଙ୍କର କାର୍ଯ୍ୟକଳାପ, ତତ୍ପରତା ଓ ବିଭାଗିୟ କର୍ମଚାରିଙ୍କ ଉଦାସୀନତା ଏହି ଚାଷ କାର୍ଯ୍ୟର ବିଫଳତାକୁ ନେଇ ବହୁତ ପ୍ରଶ୍ନ ବାଚି ସୃଷ୍ଟି ହେଉଛି। ଚାଷ ଜମି ପଡ଼ିଆ ପଢିବା ଅର୍ଥ ସରକାରଙ୍କ ମାଳମାଳ ଯୋଜନା ଅପହଞ୍ଚ ଦୂରତାରେ ରହିଯାଉଛି, ଏହି ବିଭାଗର କର୍ମଚାରି ଓ ଅଧିକାରୀମାନଙ୍କର କାର୍ଯ୍ୟରେ ନିଷ୍ଠାର ଘୋର ଅଭାବ ଦେଖାଦେବା ଭଳି ପ୍ରଶ୍ନବାଚି ହେଉଛି ଏବଂ ଏହାକୁ ଘୋର ନିନ୍ଦା କରାଯାଉଛି ବୁଦ୍ଧିଜୀବି ମହଲରେ ଓ ଜନସାଧାରଣରେ, ଏଣୁ ବର୍ତ୍ତମାନ କାର୍ଯ୍ୟାରତ ଜନକ ବାଇଓ ସାଇସ୍ ହେଉ ବା ଆତ୍ମା ପ୍ରଜେକ୍ଟ ହେଉ ଏହାକୁ ଠିକ ଭାବରେ ଅନୁଧ୍ୟାନ କରି ଏହାକୁ ସଠିକ ଭାବରେ ପ୍ରକୃତ ଚାଷିଙ୍କକାର୍ଯ୍ୟରେ ଲଗାଇବାରେ ଏହି ଅଧିକାରୀ ମହୋଦୟ କେତେ ମାତ୍ରାରେ ସଫଳତା ର ମାର୍ଗକୁ ଅବଲମ୍ବନ କରିବେ ତାହାହିଁ ସମୟ କହିବ, ଏହାକୁ ସଫଳ ରୁପାୟନ କରିପାରିଲେ ମୟୂରଭଞ୍ଜର ଚାଷି ଆଗକୁ ଆଗେଇବାରେ ସଫଳ ହେବେ । ଏହି ଅବସରରେ କାର୍ଯ୍ୟାଳୟରେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ. ବାରିପଦାରୁ -ଗୌର ଦାସ ଗିରି
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0