।। ନୂତନ ଜିଲାପାଳଙ୍କୁ ଓୟୁଜେ ପକ୍ଷରୁ ସ୍ବାଗତଃ ସମ୍ବର୍ଦ୍ଧନା ।।

Aug 2, 2025 - 21:12
Aug 2, 2025 - 21:14
 0  13
।। ନୂତନ ଜିଲାପାଳଙ୍କୁ ଓୟୁଜେ ପକ୍ଷରୁ ସ୍ବାଗତଃ ସମ୍ବର୍ଦ୍ଧନା ।।

କୋରାପୁଟ, ୦୨।୦୮()ନବ ନିଯୁକ୍ତ ଜିଲ୍ଲାପାଳ ମନୋଜ ସତ୍ଯବାନ ମହାଜନ ଙ୍କୁ ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (କେଜେଡ୍ଏସଏସ) ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଛି। ଜିଲା ପାଳ ଙ୍କୁ ଫୁଲତୋଡା ଦେଇ ସ୍ବାଗତ କରାଯାଇଥିଲା। ସଂଘ ସଭାପତି ଶଶଧର ରାଉତ ଜିଲାପାଳ ଶ୍ରୀ ମହାଜନଙ୍କ ସହ ଜିଲ୍ଲାର ବିଭିନ୍ନ ସମାସ୍ୟା ସାଙ୍ଗକୁ ବିବାଦୀୟ କୋଟିଆ ପଞ୍ଚାୟତ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଜିଲାପାଳ ଜିଲ୍ଲାର ସମସ୍ତ ଅଞ୍ଚଳ ପରିଦର୍ଶନ କରିନଥିବା ରୁ ଆଗାମୀ ଦିନରେ ଜିଲ୍ଲାର ସାର୍ବଜନୀନ ବିକାଶ ଉପରେ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ସାମ୍ବାଦିକ ମାନେ ଯୋଗଦେଇ ଥିଲେ।ଏହି ଅବସରରେ ସଂଘର ସଭାପତି ଶ୍ରୀ ରାଉତଙ୍କ ନେତୃତ୍ବରେ କାର୍ଯ୍ୟକାରୀ ସଭାପତି ଶରତ ନାୟକ, ଉପଦେଷ୍ଟା ପରିକ୍ଷିତ ବିଶ୍ଵାଳ,ସାଧାରଣ ସମ୍ପାଦକ ରଂଜନ କୁମାର ଦାସ, ସଂଗଠନ ସମ୍ପାଦକ ପରମେଶ୍ବର ସାହୁ, ସହ ସମ୍ପାଦକ ଶରତ କୁମାର ଧଳ, ନନ୍ଦପୁର ବ୍ଲକ ସଂଯୋଜକ ତୁଷାର ମହାନ୍ତି, ପ୍ରଣୟ ପ୍ରସାଦ ପଟ୍ଟନାୟକ ତ୍ରିଲୋଚନ ମହାରଣା,ସୂର୍ଯ୍ୟ ନାରାୟଣ ପଣ୍ଡା, ସନ୍ତୋଷ କୁମାର ପାତ୍ର, ପ୍ରଦୀପ କୁମାର ରାଉତ, ସୁଶାନ୍ତ କୁମାର ପାତ୍ର,ପ୍ରଶାନ୍ତ କୁମାର ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ