ନୂଆପଡାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଓ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ବଣ୍ଟନ ସମାରୋହ ଅନୁଷ୍ଠିତ

Mar 8, 2026 - 22:12
 0  9
ନୂଆପଡାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଓ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ବଣ୍ଟନ ସମାରୋହ ଅନୁଷ୍ଠିତ

ନୂଆପଡା ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ , ସ୍ଥାନୀୟ ପୋଲିସ ପଡ଼ିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ , ନୂଆପଡ଼ା ବିଧାୟକଙ୍କ ପ୍ରତିନିଧି ତଥା ପତ୍ନୀ ଶ୍ରୀମତୀ ସୁମନ ଢୋଲକିଆ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦୀପ, ନୂଆପଡା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୁୟା କୁମ୍ଭାର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ସିଡିଏମଓ ଡଃ ଧନେଶ୍ୱର ସେଠୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଏସ୍. ଗୀତା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସଂଖ୍ୟକ ମହିଳା ଓ ହିତାଧିକାରୀମାନେ ଯୋଗଦେଇଥିଲେ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ବଣ୍ଟନର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୧ କୋଟି ମହିଳା ହିତାଧିକାରୀଙ୍କୁ ୫ ହଜାର କୋଟି ଟଙ୍କାରୁ ଅଧିକ ରାଶି ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଜିଲ୍ଲା ସମାରୋହରେ ପ୍ରଦର୍ଶିତ ହୋଇଥିଲା l ଏହି ଅବସରରେ ଦିବସ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କୋମନା ବ୍ଲକ ସିଡିପିଓ ଦେବକୀ ମଲ୍ଲିକଙ୍କୁ ଶ୍ରେଷ୍ଠ ସିଡିପିଓ ଭାବରେ ସମ୍ମାନିତ କରାଯାଇଥିଲା। ସେହିପରି ଗେରୁଯୋର ଅଙ୍ଗନୱାଡି କର୍ମୀ ସୁଲୋଚନା ବିଶୋଇଙ୍କୁ ଜାତୀୟ ସ୍ତରରେ ରାଜ୍ୟର ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ହିସାବରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ଆଜି ମଞ୍ଚରେ ସମ୍ମାନିତ କରାଯାଇଥିଲା l ଜିଲ୍ଲାର କ୍ରୀଡ଼ା, ସମାଜ ସେବା , ସାହିତ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୮ ଜଣ ମହିଳାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ଏହାପୂର୍ବରୁ ଆଜି ସକାଳ ୭ଟାରେ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ପାଳନର ଅନ୍ତିମ ଦିବସ ଅବସରରେ ଜିଲ୍ଲା ମୁଖ୍ୟାଳୟଠାରୁ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏକ ସ୍ଲୋ ମାରାଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ ଏହାକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।ନୂଆପଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ ତ‌ଥା ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ବହୁସଂଖ୍ୟାରେ ଏଥିରେ ଯୋଗଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ମୁଖ୍ୟପ୍ରାଣୀ ସମ୍ପଦ ଅଧିକାରୀ, ଡିଆରସିଏସ, ଉପ ନିର୍ଦ୍ଦେଶକ ପ୍ଲାନିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏଥିରେ ଯୋଗଦାନ କରିଥିଲେ । ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହରେ ଏକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିଲେ l ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ କବୟିତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ମହିଳା ସଶକ୍ତିକରଣ ଓ ସମାଜରେ ତାଙ୍କ ଅବଦାନକୁ କେନ୍ଦ୍ର କରି ସ୍ବରଚିତ କବିତା ପାଠ କରିଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ