ନୂଆପଡାରେ "ଓଡ଼ିଶା ସଂଗ୍ରହଣ ଅଗ୍ରାଧିକାର ନୀତି- ୨୦୨୩" ସମ୍ବନ୍ଧୀୟ କର୍ମଶାଳା ଆୟୋଜିତ

Dec 10, 2025 - 19:33
 0  2
ନୂଆପଡାରେ "ଓଡ଼ିଶା ସଂଗ୍ରହଣ ଅଗ୍ରାଧିକାର ନୀତି- ୨୦୨୩" ସମ୍ବନ୍ଧୀୟ କର୍ମଶାଳା ଆୟୋଜିତ

ନୂଆପଡାରେ "ଓଡ଼ିଶା ସଂଗ୍ରହଣ ଅଗ୍ରାଧିକାର ନୀତି- ୨୦୨୩" ସମ୍ବନ୍ଧୀୟ କର୍ମଶାଳା ଜ଼ିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତା ତଥା ଜିଲ୍ଲା ଶିଳ୍ପକେନ୍ଦ୍ର ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି| ଅଣୁ ଏବଂ କ୍ଷୁଦ୍ର ଉତ୍ପାଦନଭିତ୍ତିକ ଶିଳ୍ପ ଗୁଡିକୁ ସରକାରୀ ସଂଗ୍ରହଣ ପ୍ରକ୍ରିୟାରେ ବିଶେଷ ପ୍ରାଥମିକତା ଓ ସୁବିଧା ପ୍ରଦାନ ନିମନ୍ତେ ଏହି କର୍ମଶାଳାର ଆୟୋଜନ ହୋଇଥିଲା | ଜିଲ୍ଲାପାଳ କହିଲେ ଏହି ନୀତି ଜ଼ିଲ୍ଲାର ସ୍ଥାନୀୟ ଉତ୍ପାଦନ, ଉଦ୍ୟମୀକରଣ ଓ ରୋଜଗାର ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ ଭୂମିକା ତୁଲାଇବା। ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ, ସମିର ମୁଦୁଲି ସୂଚନା ପ୍ରଦାନ କଲେ ଯେ, ସରକାରୀ ବିଭାଗ ଓ ସେମାନଙ୍କର ଆନୁସଙ୍ଗିକ ସଂସ୍ଥା ଓ ସଂଗଠନମାନଙ୍କ ତରଫରୁ ଉତ୍ପାଦନଭିତ୍ତିକ ଶିଳ୍ପ ଗୁଡିକୁ ପ୍ରାଥମିକତା ଦେଇ ଆବଶ୍ୟକ ସୁବିଧା ପ୍ରଦାନ କରାଯିବା ଏହାର ମୁଖ୍ୟ ଲକ୍ଷ୍ୟ। ଏହି ନୀତି ଅନୁସାରେ, ଭାବରେ ଓଡ଼ିଶାରେ ନିଜସ୍ୱ ଉତ୍ପାଦିତ ଏବଂ ସର୍ବାଧିକ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜୀ ବିନିଯୋଗ ସହ ଏକ ବର୍ଷରେ ସର୍ବାଧିକ ୧୦୦ କୋଟି ଟଙ୍କା ବ୍ୟବସାୟ ଥିବା ଉତ୍ପାଦକ ସଂସ୍ଥାଗୁଡ଼ିକୁ OSME ଭାବେ ବର୍ଗୀକୃତ କରାଯିବ। ଏହାସହ ରାଜ୍ୟରେ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟରତ ଏବଂ Start-up Odisha (MSME ବିଭାଗ ଅଧୀନ ଏକ ସରକାରୀ କମ୍ପାନୀ) ସହ ପଞ୍ଜୀକୃତ ନୂତନ ଉଦ୍ୟମଗୁଡ଼ିକୁ ମଧ୍ୟ OSME ବର୍ଗରେ ଗଣନା କରାଯିବ।କୌଣସି ଉତ୍ପାଦନଭିତ୍ତିକ ଶିଳ୍ପ ଏହି ନୀତିର ଲାଭ ଉପଭୋଗ କରିବାକୁ, ବୈଧ ଉଦ୍ୟମ ରେଜିଷ୍ଟ୍ରେସନ୍ Udyam Registration Number (URN) ରଖିବା ସହିତ ବିଡିଙ୍ଗ ସମୟରେ ଏକ ଏଫିଡେଭିଟ୍ ଦାଖଲ କରିବା ଆବଶ୍ୟକ ହେବ l ଆଜିର କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ , ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ଙ୍କ ସହିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସଂପୃକ୍ତ ବିଭାଗର ଅଧିକାରୀମାନେ ଯୋଗ ଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ