।। ନୂଆପଡା ବିଧାନସଭା ଆସନରୁ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରାର୍ଥୀପତ୍ର ଦାଖଲ ।।

ନୂଆପଡା : ନୂଆପଡା ବିଧାନସଭାର ନାମାଙ୍କନ ପତ୍ର ଦାଖଲ ପାଇଁ ସରକାରୀ ବିଜ୍ଞପ୍ତି ଜାରି ହେବାର ଷଷ୍ଠ ଦିନରେ ବିଜେଡି ଦଳର ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଢୋଲକିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଖରିଆରରୋଡ ସ୍ଥିତ ଶଙ୍କର ମନ୍ଦିରରୁ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ଖରିଆର ରୋଡରୁ ନୂଆପଡ଼ା ଅଭିମୁଖେ ଏକ ରାଲି ବାହାରିଥିଲା । ଏହି ଶୋଭାଯାତ୍ରାରେ ରାଜ୍ୟ ବିଜେଡି ସମ୍ପାଦକ ରାଜେଶ ନିଗମ, ବିଧାୟକ ପ୍ରତିନିଧି ଜୟ ଢ଼ୋଲକିଆ, ଜ଼ିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଏସଡି ଚୈରମ୍ୟାନ ଭଗତ ସିଂ ମାଝୀ, ପ୍ରମୁଖ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ ଶ୍ରୀ ଢୋଲକିଆ ଉପଜିଲାପାଳ ଯୋଗେନ୍ଦ୍ର ମାଝୀଙ୍କ ଠାରେ 3 ସେଟ୍ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଏବଂ ଜନ ସାଧାରଣ ଉପସ୍ଥିତ ଥିଲେ l ଢୋଲକିଆଙ୍କ ପ୍ରସ୍ତାବକ ରୂପେ ନୂଆପଡା ବ୍ଲକ ଚୈରମ୍ୟାନ ତାରେଶ୍ୱରୀ ସାହୁ, ନୂଆ-ଓ-ଆମ ଓଡିଶା ଚୈରମ୍ୟାନ ରାମଲାଲ ହଂସ, ଭଗତ ରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଚଳିତ ନିର୍ବାଚନରେ ଭୋଟର କେତେ କାହାକୁ ଗ୍ରହଣ କରିବେ ତାହା ସମୟ କହିବ । ଅନ୍ୟପଟେ ତିନି ପ୍ରମୁଖ ଦଳ ମଧ୍ୟରେ ଆଶାଙ୍କା ସୃଷ୍ଟି ହୋଇଛି । ଆଗାମୀ ନିର୍ବାଚନରେ କାହାର ଚିତାପଟ ହେବ ତାହା ଦେଖବାକୁ ବାକି ରହିଲା ।
ନୂଆପଡ଼ାରୁ ବିଶ୍ୱନାଥ ସାମଲ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






