।। ନୂଆପଡା ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଗଠିତ ହେଲା ତଦାରଖ କମିଟି ।।

Aug 30, 2024 - 20:34
 0  11
।। ନୂଆପଡା ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଗଠିତ ହେଲା ତଦାରଖ କମିଟି ।।

ନୂଆପଡା, ତା 30.08.24 ନୂଆପଡା ଜିଲ୍ଲାରେ ଓଡିଶା ସରକାରଙ୍କ ମହିଳା ବିକାଶ ପାଇଁ ମହତ୍ୱାକାଂକ୍ଷୀ ଯୋଜନା ସୁଭଦ୍ରା ର ସଫଳ ରୂପାୟନ ପାଇଁ ଜିଲ୍ଳା ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ l ଏହି ଯୋଜନାର ଅଗ୍ରଗତି ର ସମୀକ୍ଷା କରିବା ପାଇଁ ଆଜି ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ସରକାରଙ୍କ ନିର୍ଦ୍ଦେଶ ରେ ଏହି ଅଭିନବ ଯୋଜନାର ସଫଳତା ଓ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ ପାଇଁ ଏକ ଜିଲ୍ଳା ସ୍ତରୀୟ ତଦାରଖ କମିଟି ରହିବ l ଏହି କମିଟି ଯୋଜନାର ସାମଗ୍ରିକ ତଦାରଖ ଏବଂ କାର୍ଯ୍ୟକାରିତା ପାଇଁ ଉତ୍ତରଦାୟୀ ରହିବେ l ଆଜିକାର ସଭାରେ ଗଠିତ ଏହି ତଦାରଖ କମିଟି ର ଅଧ୍ୟକ୍ଷ ଜିଲ୍ଲାପାଳ ମଧୁସୂଦନ ଦାଶ ରହିବେ l କମିଟି ର ସଦସ୍ୟ ହିସାବରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ଖାଉଟି ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ , ଜିଲ୍ଳା କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ, ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିରେଖା ନନ୍ଦ,ଏଲ ଡି ଏମ, ଜିଲ୍ଳା ମୁଖ୍ୟ ପରିଚାଳକ ସୀତାରାମ ମେହେର ରହିବେ l ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସଂଗୀତା ପାତ୍ର କମିଟି ର ସଦସ୍ୟା ଆବାହକ ରହିବେ l ଏହା ସହିତ ଅଧ୍ୟକ୍ଷ ଙ୍କ ମନୋନୀତ ସଦସ୍ୟ ହିସାବରେ ଧ୍ରୁବରାଜ ପାଣ୍ଡେ, ଡ଼ଃ ବାସୁଦେବ ସୁନାନୀ ଏବଂ ଚନ୍ଦ୍ରଶେଖର ଚନ୍ଦ୍ରକାର ରହିବେ l ଜିଲ୍ଲାରେ ରେ ଏହି ଯୁଗାନ୍ତକାରୀ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀ ମାନେ ସଚେତନ ହୋଇ ବହୁ ମାତ୍ରାରେ କିଭଳି ଲାଭ ପାଇ ପାରିବେ ଏବଂ ଯୋଜନାର ଅଗ୍ରଗତି ସମ୍ବନ୍ଧରେ ଏହି କମିଟି ତଦାରଖ କରିବ l ସରକାରଙ୍କ ସୁଭଦ୍ରା ନିର୍ଦେଶନାମା ଉପରେ ସଭାରେ ବିଶଦ ଆଲୋଚନା ହୋଇଥିଲା l ଆଧାର କାର୍ଡ କୁ ମୋବାଇଲ ସହିତ ଲିଙ୍କ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା l ପ୍ରତି ଘରେ ଏହି ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯିବ l ଶେଷରେ ତଦାରଖ କମିଟି ର ସମସ୍ତ ସଦସ୍ୟ, ସେମାନଙ୍କ ବିଭାଗ,ଜିଲ୍ଲାର ସମସ୍ତ ଲାଇନ ଡିପାର୍ଟମେଣ୍ଟ ପ୍ରସାଶନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ କୁ ସମ୍ପୂର୍ଣ୍ଣ ସହଯୋଗ କରି ନୂଆପଡା ଜିଲ୍ଲାରେ ସୁଭଦ୍ରା ଯୋଜନାର ଶତ ପ୍ରତିଶତ ସଫଳତା ଆଣିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ନିବେଦନ କରିଥିଲେ l ଆଜିକାର ବୈଠକରେ ତଦାରଖ କମିଟି ର ସମସ୍ତ ସଦସ୍ୟ ମାନଙ୍କ ସହିତ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ