।। ନୂଆପଡା ଜିଲ୍ଲାରେ ଭୋଟର୍ ତାଲିକା ର ସଂକ୍ଷିପ୍ତ ସଂଶୋଧନ ପାଇଁ ସଚେତନତା ପଥ ଉତ୍ସବ ଅନୁଷ୍ଠିତ ।।

Oct 29, 2024 - 21:32
 0  20
।। ନୂଆପଡା ଜିଲ୍ଲାରେ  ଭୋଟର୍ ତାଲିକା ର ସଂକ୍ଷିପ୍ତ ସଂଶୋଧନ  ପାଇଁ ସଚେତନତା  ପଥ ଉତ୍ସବ ଅନୁଷ୍ଠିତ ।।

ନୂଆପଡ଼ା, ତା 29.10.24 ନୂଆପଡା ଜିଲ୍ଲାରେ ଭୋଟର୍ ତାଲିକାର ସଂକ୍ଷିପ୍ତ ସଂଶୋଧନ ପାଇଁ ସଚେତନତା ଉପଲକ୍ଷେ ଆଜି ମହାସମାରୋହରେ ପଥ ଉତ୍ସବ ଆୟୋଜିତ ହୋଇଯାଇଛି l ଏହି ଉପଲକ୍ଷେ ପଦଯାତ୍ରା, ରଙ୍ଗୋଲି, ସେଲଫି ପଏଣ୍ଟ, ସ୍ୱାକ୍ଷର କାନଭାସ, ମ୍ୟୁଜିକ ଚେଆର, କୁଇଜ୍, ଚିତ୍ରାଙ୍କନ, କାନ୍ଦଣା ଇତ୍ୟାଦି ପ୍ରଦର୍ଶନୀ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ଏକତା ଛକରେ ଏକ ସାଧାରଣ ସଭା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଶହ ଶହ ଛାତ୍ରଛାତ୍ରୀ, ଅତିଥିଗଣ, ଜନସାଧାରଣ ଯୋଗଦେଇଥିଲେ l ସଭାପତି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାଶ, ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ଏପିଡି ଯୋଗେଶ୍ୱର ଭୋଇ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟି କଲେକ୍ଟର ଡ଼ଃ ସବ୍ୟସାଚୀ ସାହୁ, ହେମନ୍ତ ପୁଟା, ସଭାର ଆବାହକ ଡେପୁଟି କଲେକ୍ଟର ନିର୍ବାଚନ ଶେଖ୍ ନସୀମ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ଦୁଇଜଣ ବରିଷ୍ଠ ପୁଋଷ ଓ ମହିଳା ମତଦାତା ଏଵଂ ଦୁଇଜଣ ଯୁବା ମତଦାତା ଓ ଜଣେ ଅବସରପ୍ରାପ୍ତ ସୈନିକ ମତଦାତା ଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥଲେ l ପ୍ରଭାତରେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୱାକାଥନ୍ କୁ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଜିଲ୍ଲାପାଳ କରିଥଲେ l କାର୍ଯ୍ୟକ୍ରମ ରେ ଶହ ଶହ ସଂଖ୍ୟାରେ ଛାତ୍ର ଛାତ୍ରୀ, ପୁରୁଷ ମହିଳା ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ଓ ଏହାକୁ ଉପଭୋଗ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ କୂ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର କୁରୁକ୍ଷେତ୍ର ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମାହାର, ବଶିଷ୍ଠ ରାଜସ୍ୱ ସହାୟକ ବିଭୁ ପ୍ରସାଦ ମିଶ୍ର ପରିଚାଳନା କରିଥଲେ l ପାଗ ଅନୁକୂଳ ଥିବାରୁ ପଥ ଉତ୍ସବ କୁ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ l ଯୁବା ମତଦାତା ଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିଲା l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ