।। ନୂଆପଡା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଖୁଟବନ ଭେରା ଗ୍ରାମରେ ଗ୍ରାମ୍ୟ ସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ।।

Oct 7, 2024 - 19:54
 0  28
।। ନୂଆପଡା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଖୁଟବନ ଭେରା ଗ୍ରାମରେ ଗ୍ରାମ୍ୟ ସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ।।

ନୂଆପଡା : ତା:07.10.24 ନୂଆପଡା ଜିଲ୍ଲା ନୂଆପଡା ବ୍ଲକ ଖୁଟବନ ଭେରା ଗ୍ରାମରେ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଗ୍ରାମ ସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରି ଗ୍ରାମବାସୀମାନେ କାର୍ଯ୍ୟ ଅନ୍ୱେଷଣ ରେ ରାଜ୍ୟବାହାର କୁ ନଯିବାକୁ ଆହ୍ବାନ କରିଥିଲେ। ଅନୁଷ୍ଠିତ ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଖରିଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଲିଡ ବ୍ୟାଙ୍କ ପ୍ରବନ୍ଧକ ସୀତାରାମ ମେହେର, ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର କୁମାର ବାର୍ଲା, ଜିଲ୍ଲା କୃଷି ଅଧିକାରୀ,ସ୍ଥାନୀୟ ସରପଞ୍ଚ କଳ୍ପନା କୁଲଦୀପ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ l ଅତିଥିମାନେ କହିଲେଯେ ନିଜ ଗ୍ରାମ ରେ ବିଭିନ୍ନ ସରକାରି କାର୍ଯ୍ୟ ନିର୍ବାହୀ ସଂସ୍ଥା ଦ୍ଵାରା ଏବେ ପ୍ରଚୁର କର୍ମ ଯୋଗାଣ ହୋଇପାରୁଛି l ସମସ୍ତେ ଏହାର ସୁଯୋଗ ନିଅନ୍ତୁ l ଏଲଡ଼ିଏମ ବିଭିନ୍ନ ବ୍ୟାଙ୍କ ସହ ସଂଯୋଗ ସ୍ଥାପନ କରି ଆତ୍ମ ନିର୍ଭରଶୀଳ ଏବଂ ସ୍ବାବଲମ୍ବୀ ହେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଠାରେ ବିଡ଼ିଓ ଶରତ ଭୋଇ, ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ,ଜ଼ିଲ୍ଲାପରିଷଦ ସଦସ୍ୟ ଭାନୁପ୍ରତାପସିଂ ମାଝୀ, ସମିତି ସଭ୍ୟ ତାତୁରାମ ପାଣ୍ଡେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଥିଲେ lସରକାରଙ୍କ ପ୍ରଦତ୍ତ ବିଭିନ୍ନ ସୁବିଧା ଏବଂ ସୁଯୋଗ ଉପରେ ଶ୍ରମିକମାନଙ୍କୁ ଅବଗତ କରାଇ ଜିଲ୍ଲାପାଳ କହିଲେଯେ ଟିକିଏ ସଚେତନ ହେଲେ ଶ୍ରମିକମାନେ ନିଜ ନିଜଗ୍ରାମ ରେ ସମସ୍ତେ ସରକାରୀ ଶ୍ରମଭିତ୍ତିକ କାମ ପାଇ ପାରିବେ l ଏହାସହ ବ୍ୟାଙ୍କ ସହାୟତାରେ ଜଣେ କୁଟୀର ଶିଳ୍ପ ସୃଷ୍ଟି କରି ନିଜେ ଉପକୃତ ହେବାସହ ଅନ୍ୟ ମାନଙ୍କୁ କାମ ଯୋଗାଇ ଦେଇ ପାରିବ l ଏହାଦ୍ୱାରା ପ୍ରବାସୀ ଶ୍ରମିକ ସମସ୍ୟାର ସମାଧାନ ହେବ ଏବଂ ସମସ୍ତେ ଖୁସି ରେ ନିଜ ଗ୍ରାମ ଘରରେ ରହିପାରିବେ ବୋଲି ଜିଲ୍ଲାପାଳ ଆଶା ପୋଷଣ କରିଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ