ନୂଆପଡା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Jan 23, 2026 - 20:43
 0  4
ନୂଆପଡା ଜିଲ୍ଲା ସ୍ତରୀୟ  ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା କାର୍ଯ୍ୟ।ଳୟ, ଜିଲ୍ଲା ପରିବହନ କାର୍ଯ୍ୟ।ଳୟ,ସାରଳା ସଙ୍ଗୀତ ଅନୁଷ୍ଠାନ ଏବଂ ଜିଲ୍ଲା କୁଇଜ କ୍ଲବ , ନୂଆପଡାର ମିଳିତ ସହଯୋଗରେ ବିଭିନ୍ନ ପ୍ରତିଯୋଗୀତା ଯଥା - ଦେଶାତ୍ମବୋଧକ ସଙ୍ଗୀତ, ଓଡିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗୀତା ଏବଂ କୁଇଜ ପ୍ରତିଯୋଗୀତା ଆଦି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ଯମିକ , ଉଚ୍ଚ ମାଧ୍ଯମିକ ଓ ମହାବିଦ୍ୟାଳୟ ସ୍ତରରେ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ଓ ପଞ୍ଚାୟତ ସମିତି କାର୍ଯ୍ୟ।ଳୟ, ନୂଆପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ସବୁ ବ୍ଲକ ରୁ ବହୁ ସଂଖ୍ୟା ରେ ଛ।ତ୍ରଛାତ୍ରୀ ଯୋଗଦାନ କରିଥିଲେ । ଉକ୍ତ ପ୍ରତିଯୋଗୀତା ଗୁଡ଼ିକର ସଫଳ ରୁପାୟନ ପାଇଁ କମଳ କୁମ୍ଭାର, ଶିକ୍ଷା ସଂଯୋଜକ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ , ସଂକର୍ଷଣ ପୁରୋହିତ, ସମ୍ପାଦକ , ଶାରଳା ସଂଗୀତ ଅନୁଷ୍ଠାନ, ସିମାଞ୍ଚଳ ମହାପାତ୍ର, ସମ୍ପାଦକ, ଜିଲ୍ଲା କୁଇଜ କ୍ଲବ, ନୂଆପଡା ଓ ମଧୁସୂଦନ ସାହୁ, ପ୍ରଧାନ ଶିକ୍ଷକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆପଡାଙ୍କ ପ୍ରମୁଖ ଭୂମିକା ରହିଥିଲା । ବିଭିନ୍ନ ପ୍ରତିଯୋଗୀତାରେ ବିଚାରକ ମଣ୍ଡଳୀ ଭାବରେ ନରେଶ ପଟେଲ, ଝସକେତନ ସାହୁ, ରୀଙ୍କୁ ପ୍ରଧାନ, ସଂଜୀବ ପୁଟେଲ ଓ ଆଶିଷ କୁମାର ପ୍ରଧାନ, ଅମିଲାଲ ଶବର, କିଶୋର ପରିଡା, ଶରତ ଚନ୍ଦ୍ର ପଣ୍ଡା , କିଶୋର ପ୍ରଧାନ, ଜିତେନ୍ଦ୍ର ଖମାରି, ରାମେଶ୍ଵର ଦାଶ, ରାଜେଶ କୁମାର ମହଲା, ଫାଲ୍ଗୁନୀ ସାହୁ, ଶିଶିର ଭୋଇ, ଯୋଗେନ୍ଦ୍ର ବେହେରା, ମକରଧ୍ଵଜ ବାରିକ, ଜଟେଶ୍ଵର ସୁନା, ମଧୁସ୍ମିତା ବାରିକ, ସ୍ଥିତିପ୍ରଜ୍ଞା ପ୍ରିୟଦର୍ଶିନୀ ରାଉତ, ରସାଞ୍ଜନ ଦାଶ, କପିଳେଶ୍ଵର ମାଝୀ, ତାତୁରାମ କାଣ୍ଡ ଓ ଥବିର ଭୋଇ ପ୍ରମୁଖ ଶିକ୍ଷକ ସହଯୋଗ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା କ୍ରିଡା ଅଧିକାରୀ, ନୂଆପଡା ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ସମସ୍ତ ପ୍ରତିଯୋଗୀତା ସମ୍ପାଦିତ ହୋଇଥିଲା । ସମସ୍ତ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଜିଲ୍ଲାପାଳ, ନୂଆପଡା ପ୍ୟାରେଡ୍ ପଡ଼ିଆରେ ସମ୍ବର୍ଦ୍ଧିତ କରିବେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ