।। ନୂଆପଡ଼ା ସ୍ଵାଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ।।

Mar 13, 2024 - 08:08
 0  17
।। ନୂଆପଡ଼ା  ସ୍ଵାଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ।।

ନୂଆପଡା ସ୍ବାଭିମାନ ମଂଚ ତରଫରୁ ନୂଆପଡା ବନ୍ଦ ଡାକରାଦେଇ ବିଜୁ ଜନତା ଦଳ ଓଡିଶା ରାଜ୍ୟ ସମ୍ପାଦକ ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମଙ୍ଗଳବାର ଜିଲ୍ଲା ବନ୍ଦ ପାଳନରେ ଜିଲ୍ଲା ବିଜୁ ଜନତା ଦଳ ସଭାପତି ମନୋଜ ମିଶ୍ର, ବିଜୁ ଯୁବ ଜନତା ଦଳ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ବିଜୁ ଜନତା ଦଳର ବରିଷ୍ଟ ମହିଳା ନେତ୍ରୀ ସରୋଜିନୀ ମାଝୀ, ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକତା ଜିଲ୍ଲାପରିଷଦ ସଦସ୍ୟ ତଥା ଆଦିବାସୀ ନେତା ଭାନୁ ପ୍ରତାପ ମାଝୀ, ବିଜୁ ଜନତା ଦଳ ଜିଲା ସମ୍ପାଦକ ସୁଧିର ମିଶ୍ର, ବିଜୁ ଜନତା ଦଳ ଜିଲ୍ଲା ସମ୍ପାଦକ ହେମନ୍ତ କର, ନୂଆପଡା ବ୍ଳକ ସରପଂଚ ସଂଘର ଅଧ୍ୟକ୍ଷ ପ୍ରେମଲାଲ ନାଏକ, ବରିଷ୍ଠ ଆଡଭୋକେଟ ଅଶୋକ ଦେବାଙ୍ଗନ ଏବଂ ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକତା ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ ଢୋଲକିଆଙ୍କ ଭ୍ରଷ୍ଟାଚାର ଏବଂ ଏକଛତ୍ରବାଦ କାର୍ଯ୍ୟକଳାପ ଏବଂ ଅନ୍ୟାୟ ଉପାୟରେ କରିଥିବା ବିଭିନ୍ନ ଘୋଟାଲା ଉପରେ ବିଭିନ୍ନ ନାରାଦେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ଦଫା ଦାବି ନେଇ ଜିଲ୍ଲା ସଦରମହକୁମା ସ୍ଥିତ ଏକତା ଛକ ଠାରେ ବସିରହି ଅଖ ଚକ ବନ୍ଦ କରିବା ସହିତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ସମ୍ପୂର୍ଣ ବନ୍ଦ କରିଥିଲେ ଏବଂ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ କୁଶପୁତଳିକା ଦାହ କରିଥିଲେ । ଏହି ବନ୍ଦ ପାଳନକୁ ସମସ୍ତ ଜନସାଧାରଣ ସେଚ୍ଛାକୃତ ଭାବେ ସହଯୋଗ କରିଥିବା ନଜରକୁ ଆସିଥିଲା । ରାଜେନ୍ଦ୍ର ଢୋଲକିଆଙ୍କ ଘୋଟାଲାର ପର୍ଦାଫାଶ ପାଇଁ, କ୍ରାଇମବାଂଚ ଦ୍ଵାରା ତଦନ୍ତ କରାଯାଇ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନୂଆପଡା ବିଜୁ ପରିବାରର ସମସ୍ତ ସଦସ୍ୟ ମିଳିତ ହୋଇ ନୂଆପଡା ସାଭିମାନ ମଂଚ ତରଫରୁ ଦାବି ଉପସ୍ଥାପନ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ