ନୂଆପଡ଼ା ରେ ନୂତନ ଚିନାବାଦାମ ତେଲ ପ୍ରକ୍ରିୟା କରଣ ଉଦ୍ୟୋଗ ଉଦ୍ଘାଟିତ

Jun 10, 2025 - 19:52
 0  16
ନୂଆପଡ଼ା ରେ ନୂତନ ଚିନାବାଦାମ ତେଲ ପ୍ରକ୍ରିୟା କରଣ ଉଦ୍ୟୋଗ ଉଦ୍ଘାଟିତ

ନୂଆପଡ଼ା ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି, ଇଚ୍ଛାପୁର ପ୍ରାଙ୍ଗଣରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ୱାରା ନୂତନ କାଠଘଣା ଚାଳିତ ଚିନାବାଦାମ ତେଲ ପ୍ରକ୍ରିୟା କରଣ ଉଦ୍ୟୋଗ ଉଦ୍ଘାଟିତ ହୋଇଯାଇଛି । ସ୍ଵେଚ୍ଛାସେବୀ ସଂଗଠନ ସି ପି ଏସ୍ ଡବଲ୍ୟୁ, କେନ୍ଦୁଭଟା ଉଦ୍ୟମରେ ଏହି ନୂତନ ଉଦ୍ୟୋଗ ସ୍ଥାପିତ ହୋଇଛି । ଏହି ରୁତୁରେ ଏଠାରୁ ପାଞ୍ଚ ହଜାର ଲିଟର ବାଦାମ ତେଲ ପ୍ରକ୍ରିୟାକରଣ ହେବାର ଲକ୍ଷ୍ଯ ରଖିଛି ଏଇ ସଂସ୍ଥା । ଏଥିପାଇଁ 450 କୁଇଣ୍ଟାଲ ବାଦାମ ସରକାରୀ ଦରରେ ସ୍ଥାନୀୟ ଚାଷୀ ମାନଙ୍କ ଠାରୁ ସଂଗ୍ରହ କରାଯିବ । ଏହି ଅବସରରେ ଉଦ୍ୟୋଗ ହଲ୍ ରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । ସ୍ଵେଚ୍ଛାସେବୀ ସଂଗଠନ ସି ପି ଏସ୍ ଡବଲ୍ୟୁ ସମ୍ପାଦକ ବିରଞ୍ଚି ମହାପାତ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଏବଂ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକ, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଂସଦା, ଉପ ନିର୍ଦ୍ଦେଶକ ଜଳ ବିଭାଜିକା ପ୍ରକଳ୍ପ ରଶ୍ମି ରଞ୍ଜନ ପାତ୍ର, ବ୍ଲକ୍ କୃଷି ଅଧିକାରୀ ସୁଧାଂଶୁ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଵେଚ୍ଛାସେବୀ ସଂଗଠନ ର ଶତାଧିକ ମହିଳା, ବାଦାମ ଚାଷୀ ଏବଂ ମହିଳା ସ୍ଵୟଂ ସହାୟକ ଦଳ ସମାବେଶରେ ଯୋଗ ଦେଇଥିଲେ । ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ଏଇ ତେଲ ମିଲ୍ ଚାଳିଶ ଟି ପରିବାରକୁ ସିଧାସଳଖ ରୋଜଗାର ଯୋଗାଇ ଦେବା ସହିତ ଶହ ଶହ ଚିନାବାଦାମ ଚାଷୀଙ୍କୁ ସେମାନଙ୍କ ଉଚିତ ମୂଲ୍ୟ ଯୋଗାଇଦେବ । ଏହା ସହିତ ଜିଲ୍ଲାର ଖାଉଟି ମାନେ ଶୁଦ୍ଧ କାଠ ଘଣା ଚାଳିତ ବାଦାମ ତେଲ ପାଇ ପାରିବେ ।ଆମେ ଜିଲ୍ଲାରେ ଏଭଳି ଅନେକ ପଦଷେପ ନେବା ଯେମିତି ଚାଷୀ ଖୁସି ମନରେ କହି ପାରୁଥିବ" ଚାଷ କାମ ଯାହାର, କି ଆନନ୍ଦ ତାହାର" ।ଏମିତି ଜିଲ୍ଲା ଉଭୟ କୃଷି ଓ ଉଦ୍ୟୋଗ ରେ ସମନ୍ଵିତ ଉନ୍ନତି କଲେ ଜିଲ୍ଲାରୁ ଆଉ ପ୍ରବାସୀ ଶ୍ରମିକ ହିସାବରେ କେହି ଅନ୍ୟ ରାଜ୍ୟକୁ ଯିବେ ନାହିଁ । ଏହି ଅବସରରେ ଜିଲ୍ଲାପାଳ ସେଠାରେ ଗୋଟିଏ ତୈଳବୀଜ ଆଉ ଡାଲି ଜାତୀୟ ଫସଲ ମଣ୍ଡିର ଶୁଭାରମ୍ଭ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ