ନୂଆପଡ଼ା ଜିଲ୍ଲା "ଥରେମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ ମୁକ୍ତ ଜିଲ୍ଳା" ଘୋଷିତ:ଏବେ ହେବ ସ୍ଵଚ୍ଛ ନୂଆପଡ଼ା, ସବୁଜ ନୂଆପଡ଼ା - ଜିଲ୍ଲାପାଳ

ନୂଆପଡ଼ା, ବିଶ୍ଵ ପରିବେଶ ଦିବସ ଅବସରରେ ନୂଆପଡ଼ା ଜିଲ୍ଲା "ଥରେମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ ମୁକ୍ତ ଜିଲ୍ଳା"ଭାବରେ ଘୋଷିତ ହେଲା Lଏବେ ହେବ ସ୍ଵଚ୍ଛ ନୂଆପଡ଼ା, ସବୁଜ ନୂଆପଡ଼ା । ଏଥିପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମାରୋହ ତଥା କର୍ମଶାଳା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ଏଥିରେ ବନଖଣ୍ଡ ଅଧିକାରୀ ଖଡ଼ିଆଳ ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଳା ଆଇନ ସେବା ପ୍ରାଧୀକରଣ ସଚିବ ନବନୀତା ଦାଶ, ଓଡିଶା ପାଇଁ ୟୁନିସେଫ ର ସ୍ଵଚ୍ଛତା ବିଶେଷଜ୍ଞ ତଥା ଅଧିକାରୀ ଯୋଗେନ୍ଦ୍ର ସିଂ, ସମସ୍ତ ବିଡିଓ, ଜିଲ୍ଳା ସ୍ତରୀୟ ଅଧିକାରୀ, ସ୍ଵେଚ୍ଛାସେବୀ ମହେନ୍ଦ୍ର ଯୋଶୀ ପ୍ରମୂଖ ଯୋଗ ଦେଇଥିଲେ । ସଭାକୁ ସ୍ୱାଗତ କରି ଡୁଡା ଅଧ୍ୟକ୍ଷ ଶ୍ରୀ ଧରୁଆ ସଭାର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ଅତିଥିମାନେ ପଲିଥିନ ଏବଂ ପ୍ଲାଷ୍ଟିକ କିଭଳି ଭାବରେ ଆମର ସୁନ୍ଦର ପରିବେଶର ଧ୍ଵଂସର କାରଣ ସାଜିଛି ତାହା ଅବଗତ କରାଇଥିଲେ । ଜିଲ୍ଲାପାଳଙ୍କ ଏହି ମହତ୍ଵାକାଂକ୍ଷୀ ଯୋଜନା କିଭଳି ଭାବରେ ଜିଲ୍ଲାରେ ସଫଳ ହୋଇପାରିବ ସେଥିପାଇଁ ସମନ୍ଵିତ ଯୋଜନାର ରୂପରେଖ ଶ୍ରୀ ସିଂ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପିତ କରିଥିଲେ । ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ପ୍ଲାଷ୍ଟିକ ଏବେ ଭସ୍ମାସୁର ଭଳି ତାର ସ୍ରଷ୍ଟା ମାନବ ସାମାଜକୁ ଧ୍ଵଂସ କରିବା ପାଇଁ ବସିଛି । ଏହାର ବିନାଶ ପାଇଁ ଆମକୁ ଶୀଘ୍ର ସମୁଚିତ ପଦକ୍ଷେପ ନେବାକୁ ପଡ଼ିବ । ଏହି ଅବସରରେ ଜିଲ୍ଲାକୁ "ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ(ସିଙ୍ଗଲ ୟୁଜଡ଼) ମୁକ୍ତ ଜିଲ୍ଳା" ହିସାବରେ ଜିଲ୍ଲାପାଳ ଘୋଷଣା କରିଥିଲେ । ଜୀବନ ପାଇଁ ପ୍ରତିଜ୍ଞା, ପରିବେଶ ପାଇଁ ଜୀବନଶୈଳୀର ଶପଥ ପାଠ କରାଇଥିଲେ । ବିଶ୍ଵ ପରିବେଶ ଦିବସ ପାଇଁ ଆର୍ଥ ଆୱାର୍ ପାଳନ କରି ଜିଲ୍ଲାରେ ରାତି ୭. ୩୦ ରୁ ୦୮ ଘ ପର୍ଯ୍ୟନ୍ତ ବିଦ୍ୟୁତ ଚାଳିତ ଉପକରଣ ସହ ବିଜୁଳୀ ବ୍ୟବହାର ବନ୍ଦ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀ ଙ୍କୁ ଆହ୍ଵାନ ଦେଇଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?






