ନୂଆଗାଁ ରେ ହାତୀର ଆତଙ୍କ

Jan 30, 2026 - 20:22
 0  2
ନୂଆଗାଁ ରେ ହାତୀର ଆତଙ୍କ

ବିଜାତଳା - ୩୦/୧(ଇ ମି ସ) ହାତୀ ଏବେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ।ହାତୀର ଵାସ ସ୍ଥାନ ଖଣି ଖାଦାନ ଯୋଗୁଁ ଜଙ୍ଗଲ ସହ ପରିବେଶ ମାତ୍ରାଧିକ ନଷ୍ଟ ହେଉଛି । ଜୀବଜନ୍ତୁଙ୍କ ରତି ନିର୍ଦୟ ହୋଇ ପଡିଛି ।ଖଣି ଖାଦାନ ଯୋଗୁଁ ଏକର ଏକର ଜଙ୍ଗଲ ଜମି ନଷ୍ଟ କରାଯାଇଛି ।ହାତୀ ଵେଘୟ ହୋଇ ପଡ଼ିଛି । ବାସ ହରାଇ ହାତୀକୁ ସୁରକ୍ଷା ଦେବା କିଏ? ଜଙ୍ଗଲ ଜମି ନଷ୍ଟ ଯୋଗୁଁ ହାତୀଙ୍କ ପାଇଁ ଖାଦ୍ଯ ସଙ୍କଟ ଦେଖା ଦେଇଛି ।ବାଧ୍ୟ ହୋଇ ଖାଦ୍ୟ ଅନ୍ବେଷଣରେ ଗାଁ ଓ ସହରକୁ ପଶି ଏକର ଏକର ଚାଷ ଜମି ନଷ୍ଟ କରିବା ସହ ନିରିହ ଆଦିବାସୀଙ୍କ ଘର ଭାଙ୍ଗି ନଷ୍ଟ କରୁଛି  । ଦିନ ଥିଲା ହାତୀ ମଣିଷର ବଂଧୁ ‌।    ଏବେ ହାତୀ ସାଜିଛି ମଣିଷର ବଇରୀ ।ହାତୀ ମଣିଷର ଲଢେଇ ଚାଲିଛି ।କେଉଁଠି ହାତୀକୁ ମାରି ଦିଆଯାଉଛି ତ କେଉଁଠି ହାତୀ ମଣିଷର ଜୀବନ ନେଉଛି । ସୂଚନାଯୋଗ୍ଯ ୨୯/୧/୨୦୨୬ ଗୁରୁବାର ରାତିରେ ବିଜାତଳା ବ୍ଳକ ଅନ୍ତର୍ଗତ  ମାଣିକପୁର ପଞ୍ଚାୟତର ନୂଆଗାଁଗ୍ରାମରେ ରାମଦୋଳି ୟୁଥ ପାୱାର ଆସୋସିଏସନ ର ପ୍ରତିଷ୍ଠାତା ସୁରେନ୍ଦ୍ର ମୁଣ୍ଡାଙ୍କ ଘରେ ଝରକା ଭାଙ୍ଗି ଧାନ ଖାଇଲା lନିକଟସ୍ଥ ଜଙ୍ଗଲରୁ ହାତୀପଲ ବାରମ୍ବାର ଗ୍ରାମାଭିମୁଖି ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଉଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ପ୍ରଦାନ ସହ ହାତୀ ଘଉଡାଇବାକୁ ପଦକ୍ଷେପ ନେବାକୁ ଦାବି ହୋଇଛି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ