।। ନିର୍ଯ୍ୟାତନା ସହି ନ ପାରି ବୋହୁ ଫେରାର : ଝିଅର ବାପା ଥାନାରେ ଲିଖିତ ଅଭିଯୋଗ କଲେ ।।

Jun 9, 2023 - 22:47
Jun 9, 2023 - 22:48
 0  181
।। ନିର୍ଯ୍ୟାତନା ସହି ନ ପାରି ବୋହୁ ଫେରାର :  ଝିଅର ବାପା ଥାନାରେ ଲିଖିତ ଅଭିଯୋଗ କଲେ ।।

କନ୍ଧମାଳ,(କୋରାପୁଟ ପ୍ରଥମ ଖବର): ସମଗ୍ର ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି |ଏ ଭଳି ଏକ ଘଟଣା ଭିତରେ ଘରର ବୋହୁ ପରିବାରର ନିର୍ଯ୍ୟାତନା ସହି ନ ପାରି କୁଆଡ଼େ ଫେରାର ହୋଇଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା। ଝିଅର ବାପା ବାଲୁଙ୍କେଶ୍ୱର ବେହେରାଙ୍କ କହିବା ଅନୁସାରେ ବାଲିଗୁଡ଼ା ଥାନା ଜକିସାହି ଠାରେ ହରିହର ଡାକୁଆଙ୍କ ଘରେ ତାଙ୍କ ଝିଅ ଅଞ୍ଜନା ବେହେରା ଆଜିକୁ ଚାରି ବର୍ଷ ହେଲା ବିବାହ କରିଥିଲା |

ବିବାହ ହେବାର ଏକ ବର୍ଷ ପରେ ମୋ ଝିଅକୁ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ ତା, ୬ /୬ /୨୩ ରିଖ ଦିନ ମୋ ସ୍ବାମୀ, ଶଶୁର ଓ ପରିବାର ଲୋକ ଏକତ୍ରିତ ହୋଇ ମୋତେ ରକ୍ତାକ୍ତ ମାଡ଼ ମାରିଥିଲେ ଓ ପୁଅକୁ ମୋ କୋଳରୁ ଛଡ଼େଇନେଇ ଘରୁ ତଡି ଦେଇଥିଲେ ବୋଲି ଏ ଖବର ଝିଅ ବାପାଙ୍କୁ ଜଣାଇଥିଲେ l ଖବର ପାଇ ସଙ୍ଗେ ସଙ୍ଗେ ବାପା ଆସି ଝିଅକୁ ଖୋଜିଥିଲେ କିନ୍ତୁ ଝିଅକୁ ନ ପାଇବାରୁ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗକୁ ଭିର୍ତ୍ତି କରି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ମିସିଙ୍ଗ କେଶ ନଂ. ୨୩/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା କହିଛନ୍ତି l

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ