।। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ।।

Feb 29, 2024 - 19:45
 0  12
।। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ।।

ଆଦ୍ୟ ତା: 29.02.2024 ରିଖ ରେ ଜିଲ୍ଲା ପ୍ରଶାସନ, କୋରାପୁଟ ଓ ଶ୍ରମ ବିଭାଗ ଜୟପୁର, କୋରାପୁଟଙ୍କ ଅIନୁକୁଲ୍ୟରେ କୋଟପାଡ଼ ସ୍ଥିତ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ କୋଟପାଡ଼ ଶ୍ରୀମତି ପଦ୍ମିନୀ ଦିଆନ ଯୋଗଦେଇ ସରକାରଙ୍କ ତରଫରୁ ଶ୍ରମିକଙ୍କୁ ଯୋଗାଇଦିଆଯାଉଥିବା ବିଭିନ୍ନ ପ୍ରକାରର ସହାୟତା ସମ୍ପର୍କରେ ଅବଗତ କରାଇଥିଲେ, ଯେଉଁମାନେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକରଣ କରିନାହାନ୍ତି ସେମାନଙ୍କୁ ଯଥା ଶୀଘ୍ର ପଞ୍ଜିକରଣ କରି ସରକାରଙ୍କ ତରଫରୁ ମିଳୁଥିବା ସହାୟତା ସବୁ ପାଇବାକୁ ପ୍ରବର୍ତାଇଥିଲେ I ଏହି ଶିବିରରେ ସମ୍ମାନିତ ଅତୀଥି ଭାବେ ଚେୟାରମେନ, S.D .C , ଶ୍ରୀ ଚନ୍ଦ୍ର ଶେଖର ମଝି, କୋଟପାଡ NAC ଚେୟାରମେନ ଶ୍ରୀ ଏମ. ଶଙ୍କର ରାଓ, Vice- Chairman, କୋଟପାଡ NAC ଶ୍ରୀମତି ଏମ. ସନ୍ତୋଷୀ, କୋଟପାଡ଼ ବ୍ଲକ ଚେୟାରମେନ ଶ୍ରୀ କମଳ ଭତରା ଯୋଗଦେଇ ଥିଲେ I ଏହି ସଭାରେ ଯୁଗ୍ମ ଶ୍ରମ ଆୟୁକ୍ତ, ଜୟପୁର, ଜିଲ୍ଲା ଶ୍ରମ ଅଧିକାରୀ, ଜୟପୁର, ସହକାରୀ ଶ୍ରମ ଅଧିକାରୀ,ଜୟପୁର ଓ କୋରାପୁଟ ଏବଂ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଜୟପୁରର କର୍ମଚାରୀ ମାନେ ଉପସ୍ଥିତ ଥିଲେ I ଏହି ଶିବିରରେ କୋଟପାଡ଼ ଓ ବୋରିଗୁମ୍ମା ଅଂଚଳର ମୋଟ 308 ହିତାଧିକାରୀଙ୍କୁ ଟ.2,16,65,400/- ଙ୍କା ସହାୟତା ରାଶି ପ୍ରଦାନ କରାଗଲା, ତନ୍ମଧ୍ୟରୁ ଶିକ୍ଷା ସହାୟତା ବାବଦକୁ 49 ଜଣଙ୍କୁ ଟ.3,50,000/- ଙ୍କା, ବିବାହ ସହାୟତା ବାବଦକୁ 64 ଜଣଙ୍କୁ ଟ.32,00,000/-ଙ୍କା, ପ୍ରସୂତି କାଳୀନ ସହାୟତା ବାବଦକୁ 17 ଜଣଙ୍କୁ ଟ.1,70,000/-ଙ୍କା, ମୃତ୍ୟୁ କାଳୀନ ସହାୟତା ବାବଦକୁ 89 ଜଣଙ୍କୁ ଟ.1,75,00,000/-ଙ୍କା ଓ ଅନ୍ତେଷ୍ଟିକ୍ରିୟା ବାବଦକୁ 89 ଜଣଙ୍କୁ ଟ.4,45,000/-ଙ୍କା ପ୍ରଦାନ କରାଗଲା I ଶ୍ରୀ ବୃନ୍ଦାବନ ସେଠୀ, ଜିଲ୍ଲା ଶ୍ରମ ଅଧିକାରୀ ଜୟପୁର ଏହି ସଭାକୁ ପରିଚାଳନା କରିଥିଲେ, ଶ୍ରୀ ନରେନ୍ଦ୍ର ରାଇକା, ଯୁଗ୍ମ ଶ୍ରମ ଆୟୁକ୍ତ ଏହି ସଭାର ପ୍ରାରଂଭିକ ଭାଷଣ ପ୍ରଦାନ କରିଥିଲେ ଏବଂ ପରିଶେଷରେ ଶ୍ରୀ ବୁଲୁ ଶ୍ରୀହରିଆ, ସହକାରୀ ଶ୍ରମ ଅଧିକାରୀ, କୋରାପୁଟ ଧନ୍ୟବାଦ ଅର୍ପଣ କରି ସଭାକୁ ଉଜ୍ଜାପିତ କରିଥିଲେ I

ଚିଫ୍ ଏଡିଟୋର ବାବୁଲା ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ