ନିଜ ହାତରେ ଡ୍ରେନ ରୁ ପ୍ଲାଷ୍ଟିକ ବୋତଲ,ପଲିଥିନ ଏବଂ ଅଳିଆ ସଫା ସଫାକଲେ

Sep 3, 2025 - 19:59
Sep 3, 2025 - 20:02
 0  21
ନିଜ ହାତରେ  ଡ୍ରେନ ରୁ ପ୍ଲାଷ୍ଟିକ ବୋତଲ,ପଲିଥିନ  ଏବଂ  ଅଳିଆ ସଫା  ସଫାକଲେ

ନୂଆପଡା : ଖରିଆର ରୋଡ ସହରରେ ସ୍ଵଛ ଭାରତ ଅଭିଯାନ ଓ ଡ଼ାକବାଜି ଯନ୍ତ ଦ୍ୱାରା ସ୍ୱଛତା ବାବଦରେ ବାରମ୍ବାର ସଚେତନ କଲେ ମଧ୍ୟ ଲୋକେ ନାଳୀରେ ଅଳିଆ ଆବର୍ଜନା ପକାଇବା ସହ ଚିରାକନା, ପୋଷାକପତ୍ର, ପଚାସଢ଼ା ଖାଦ୍ୟ ସାମଗ୍ରୀ, ପଲିଥିନ ଆଦି ପକାଇ ନାଳୀକୁ ଅଚଳ କରି ଦେବାର ନଜରକୁ ଆସିଛି l ଫଳରେ ନାଳୀ ଜାମ୍ ହୋଇଯାଉଥିଏ ଏହାର ସ୍ଥାନୀୟ ଲୋକେ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଅଭିଯୋଗ କରିବାରୁ ଆଜି ଦିବା 12 ଘଣ୍ଟା ସମୟରେ ଖରିଆର ରୋଡ କାର୍ଯ୍ୟନିର୍ବାହୀ ଅଧିକାରୀ କମଲlସନ ରଥ ନିଜ ହାତରେ ଡ୍ରେନ ରୁ ପ୍ଲାଷ୍ଟିକ ବୋତଲ, ପଲିଥିନ, ଓ ବିଭିନ୍ନ ଅଳିଆ ସଫା କରିବାର ନଜରକୁ ଆସିଥିଲା l ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହାର ଭିଡିଓ କ୍ଲିପିଂ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ସୂଚନାଥାଉ କି, ଖରିଆର ରୋଡ ସହର ନୂଆପଡ଼ା ଜିଲ୍ଲାର ଏକ ଵାଣିଜ୍ୟକ ସହର ଅଟେ। ଏଠାରେ ଜନସାଧାରଣଙ୍କ ପାଇଁ ସବୁପ୍ରକାର ସୁବିଧା ରହିଛି ହେଲେ ନାଳୀ ସମସ୍ୟା ଏଠାକାର ମୁଖ୍ୟ ସମସ୍ୟା ପାଲଟିଛି । ବାରମ୍ବାର ଜନ ସଚେତନତା ସୃଷ୍ଟି କରାଯାଉଥିଲେ ବି ଲୋକେ ସଚେତନ ହୋଇପାରୁ ନାହାନ୍ତି l ଯାହା ହେଲେ ବି ସ୍ୱଛତା ର ବାର୍ତା ଲୋକଙ୍କୁ ଦିଆଯାଉଛି l ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ