ନବରଙ୍ଗପୁରରେ ସରକାରୀ ଅଧିକାରୀ ଏବଂ ଶିଳ୍ପ ଉଦ୍ୟୋଗୀ ଙ୍କ ନିମନ୍ତେ(RAMP) ଅଧୀନରେ ଯୋଜନା ସମ୍ପର୍କିତ କ୍ଷମତା ବୃଦ୍ଧି କର୍ମଶାଳା ଆୟୋଜିତ

Feb 24, 2026 - 17:59
 0  7
ନବରଙ୍ଗପୁରରେ ସରକାରୀ ଅଧିକାରୀ ଏବଂ ଶିଳ୍ପ ଉଦ୍ୟୋଗୀ ଙ୍କ ନିମନ୍ତେ(RAMP) ଅଧୀନରେ ଯୋଜନା ସମ୍ପର୍କିତ କ୍ଷମତା ବୃଦ୍ଧି କର୍ମଶାଳା ଆୟୋଜିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୪.୦୨.୨୦୨୬ ରିଖ: ରେଜିଂ ଏଣ୍ଡ ଆକ୍ସେଲେରେଟିଂ ଏମଏସଏମଇ ପର୍ଫର୍ମାନ୍ସ ( RAMP ) କାର୍ଯ୍ୟକ୍ରମ ଅଧୀନରେ ଏକ ଯୋଜନା ସମ୍ପର୍କିତ କ୍ଷମତା ବୃଦ୍ଧି କର୍ମଶାଳା ଆଜି ନବରଙ୍ଗପୁର ସହର ଅବସ୍ଥିତ ଗ୍ଲେଜ୍ ହୋଟେଲ୍ ଏଣ୍ଡ ରିସର୍ଟସ୍ ପ୍ରା.ଲି ଚାଉଁରିଆଗୁଡା ଠାରେ ଆୟୋଜିତ ହୋଇଯାଇଛି ! ଏହି କର୍ମଶାଳାର ଆୟୋଜନ Directorate of Export Promotion & Marketing ( DEPM ), ଓଡିଶା,ଭୁବନେଶ୍ୱର ଦ୍ୱାରା କରାଯାଇଥିଲା ! କାର୍ଯ୍ୟକ୍ରମର ଆରମ୍ଭରେ ଜିଏମ୍, ଡିଆଇସି, ନବରଙ୍ଗପୁର ଦୀପକ କୁମାର ଅଗରୱାଲଙ୍କ ଦ୍ୱାରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ! ଜିଲ୍ଲାରେ ଏମଏସଏମଇ କ୍ଷେତ୍ରକୁ ସୁଦୃଢ କରିବା ପାଇଁ କ୍ଷମତା ବୃଦ୍ଧିର ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିଲେ ! ସରକାରୀ କ୍ରୟରେ ସ୍ଥାନୀୟ ମାଇକ୍ରୋ ଓ ଲଘୁ ଉଦ୍ୟୋଗୀ ମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରୋକ୍ୟୁରମେଣ୍ଟ ପ୍ରିଫରେନ୍ସ ପଲିସି ବିଷୟରେ ବିସ୍ତୃତ ଅଲୋଚନା କରିଥିଲେ ! ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ନବରଙ୍ଗପୁର ଡ଼ଃ ମହେଶ୍ୱର ସ୍ୱାଇଁ RAMP ଯୋଜନାର ଗୁରୁତ୍ୱ ଉଲ୍ଲେଖ କରି ଏହା ମାଧ୍ୟମରେ ଏମଏସଏମଇ କ୍ଷେତ୍ରର ଲଘୁ ଉଦ୍ୟୋଗୀ ଙ୍କ ଉନ୍ନତି ହେବା ସଙ୍ଗେ ସଙ୍ଗେ ଅନେକଙ୍କୁ ନିଯୁକ୍ତି ଦେବା ସମ୍ଭବ ହେବ ବୋଲି କହିଥିଲେ ! ସେ ବିଭିନ୍ନ ବିଭାଗୀୟ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ ଓ ସକ୍ରିୟ ସହଯୋଗ ଦ୍ୱାରା ସ୍ଥାନୀୟ ଉଦ୍ୟମି଼ମାନଙ୍କୁ ସରକାରୀ ଯୋଜନା ଓ କ୍ରୟ ପ୍ରକ୍ରିୟାର ସର୍ବାଧିକ ଲାଭ ଦେବାକୁ ଆହ୍ୱାନ କରିଥିଲେ ! ତାପରେ ପ୍ରାୟୋଗିକ ଅଧିବେଶନରେ Government e-Marketplace ( GeM ) ସମ୍ବନ୍ଧୀୟ ବାୟର ଓ ସେଲର ସେସନ୍ ଆୟୋଜିତ ହୋଇଥିଲା ! ବାୟର ସେସନ୍‌ରେ GeM ପରିଚୟ,ବାୟର ରେଜିଷ୍ଟ୍ରେସନ୍ ( ପ୍ରାଇମେରୀ ଓ ସେକେଣ୍ଡେରୀ ୟୁଜର ), ଡାଇରେକ୍ଟ ପର୍ଚେଜ୍,ଏଲ- ୧ ପର୍ଚେଜ୍,ବିଡ୍ ସୃଷ୍ଟି ଓ ଅନ୍ୟାନ୍ୟ ପ୍ରକ୍ରିୟା ବିଷୟରେ ଆଲୋଚନା କରାଯାଇଥିଲା ! ସେଲର ସେସନ୍‌ରେ ସେଲର ରେଜିଷ୍ଟ୍ରେସନ୍, ପ୍ରୋଫାଇଲ୍ ଅପଡେଟ୍ ଓ କ୍ୟାଟାଲଗ୍ ପରିଚାଳନା ବିଷୟରେ ମାର୍ଗଦର୍ଶନ ଦିଆଯାଇଥିଲା ! ଏହି ସେସନ୍‌କୁ ଟ୍ରେନିଂ ମ୍ୟାନେଜମେଣ୍ଟ କନସଲ୍ଟାଣ୍ଟ ଆନନ୍ଦ କିଶୋର ମିଶ୍ର ପରିଚାଳନା କରିଥିଲେ ! ଶେଷରେ, Directorate of Export Promotion & Marketing ର ବୈଷୟିକ ଅଧିକାରୀ ଯୁକ୍ତି ପ୍ରସାଦ ପାଢ଼ୀ ଧନ୍ୟବାଦ ଜ୍ଞାପନ କରିଥିଲେ ! ଏହି କର୍ମଶାଳାରେ ବିଭିନ୍ନ ବିଭାଗର ସରକାରୀ କର୍ମକର୍ତ୍ତାମାନେ,ଶିଳ୍ପ ସଂଘର ପ୍ରତିନିଧିମାନେ ଏବଂ ଜିଲ୍ଲାର ଏମଏସଏମଇ ଉଦ୍ୟମୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ! କାର୍ଯ୍ୟକ୍ରମଟି ଜିଲ୍ଲାରେ ଏମଏସଏମଇ କ୍ଷେତ୍ରକୁ ସୁଦୃଢ କରିବା ସହିତ ସରକାରୀ କ୍ରୟ ପ୍ରଣାଳୀରେ ପାରଦର୍ଶିତା ଓ କାର୍ୟକୁଶଳତା ବୃଦ୍ଧି ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି !

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ