ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଯୁବୋତ୍ସବ-୨୦୨୫ ର ଆୟୋଜନ: ପ୍ରତିଭାଧାରୀଙ୍କ ସମାବେଶ

Nov 30, 2025 - 18:06
 0  28
ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଯୁବୋତ୍ସବ-୨୦୨୫ ର ଆୟୋଜନ: ପ୍ରତିଭାଧାରୀଙ୍କ ସମାବେଶ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୩୦.୧୧.୨୦୨୫ ରିଖ: କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଗତ କାଲି ୨୯.୧୧.୨୦୨୫ ରିଖ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ-୨୦୨୫ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି ! ଯୁବ ଶକ୍ତିକୁ ଏକତ୍ର କରିବା ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିବା ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ଥିଲା ! ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ, ଶିକ୍ଷା ଅନୁଷ୍ଠାନ ଓ ଜନସାଧାରଣଙ୍କୁ କଳାକେନ୍ଦ୍ର ମୋଟ ୫୨୯ ଜଣ ଉଦୀୟମାନ ପ୍ରତିଯୋଗୀ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିଲେ ! ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ବିଶ୍ୱଜିତ ଚନ୍ଦ୍ର ବର୍ମନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ! ତାଙ୍କ ବକ୍ତବ୍ୟରେ ସେ ଯୁବକମାନଙ୍କୁ ଦେଶର ଭବିଷ୍ୟତ ଭାବରେ ବର୍ଣ୍ଣନା କରି ସେମାନଙ୍କୁ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଆହ୍ୱାନ କରିଥିଲେ ! ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ସୁସାନ୍ତ କୁମାର ନାୟକ,ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ,ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ମିଶ୍ର ଓ ଶିକ୍ଷାବିତ୍ ବିଜୟ କୁମାର ଚୌଧୁରୀ,ନବରଙ୍ଗପୁର ସ୍ନାତକ ମହାବିଦ୍ୟାଳୟର ଅତିରିକ୍ତ ଅଧ୍ୟକ୍ଷା ସଙ୍ଗୀତା ତ୍ରିପାଠୀ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାସିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ! ସମସ୍ତ ଅତିଥି ଯୁବକମାନଙ୍କର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ ! ଗୀତା ଦାସ ଏହି ସମସ୍ତ କାର୍ଯ୍ୟକ୍ରମର ସୂଚାରୁ ରୂପେ ସଂଚାଳନ କରିଥିଲେ ! ଏହି ଯୁବ ଉତ୍ସବରେ ସଂସ୍କୃତି ଓ ଜ୍ଞାନର ଏକ ବିରଳ ସମନ୍ୱୟ ଦେଖିବାକୁ ମିଳିଥିଲା ! ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ଭଳି ପାରମ୍ପରିକ କଳା ସହ ଭାଷଣ, କବିତା ରଚନା,ଗଳ୍ପ ଲେଖନୀ, ଚିତ୍ରାଙ୍କନ ଏବଂ ସର୍ବାଧିକ ଆକର୍ଷଣର କେନ୍ଦ୍ର ଇନୋଭେସନ ( ବିଜ୍ଞାନ ପ୍ରଦର୍ଶନୀ ) ଭଳି ବୈଜ୍ଞାନିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ! ଗୋଷ୍ଠୀ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଦଳକୁ ଯଥାକ୍ରମେ ୧୦,୦୦୦, ୭,୫୦୦ ଏବଂ ୫,୦୦୦ ଟଙ୍କା ଏବଂ ଏକକ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ୩,୦୦୦, ୨,୦୦୦ ଏବଂ ୧,୦୦୦ ଟଙ୍କା ଆକର୍ଷଣୀୟ ପୁରସ୍କାର ରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ! ଯୁବକମାନଙ୍କ ପାଇଁ ପ୍ରେରଣା ରୂପକ ଏହି ଉତ୍ସବ ନବରଙ୍ଗପୁରର ପ୍ରତିଭା ଏବଂ ସୃଜନଶୀଳତାରେ ଭରପୂର, ସାହିତ୍ୟ,ସଂସ୍କୃତି,କଳା ଏବଂ ବିଜ୍ଞାନ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବା ସମସ୍ତ ଯୁବକ-ଯୁବତୀଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଯୋଗାଇ ଦେଇଛି !ଜିଲ୍ଲା କ୍ରୀଡ଼ା ଅଧିକାରୀ ଉପସ୍ଥିତ ସମସ୍ତ ପ୍ରତିଯୋଗୀ,ଶିକ୍ଷକ ତଥା ଆୟୋଜକମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇ ଯୁବ ଉତ୍ସବ-୨୦୨୫ ର ସମାପ୍ତି ଘୋଷଣା କରିଥିଲେ ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ