।। ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।।

Oct 24, 2024 - 17:13
 0  62
।। ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।।

ନବରଂଗପୁର ତା: ( ରଞ୍ଜିତ ନାୟକ ) ୨୩.୧୦.୨୦୨୪: ସ୍ଥାନୀୟ ଜିଲ୍ଲାପାଳଙ୍କ ଅଶୋକ ମେହେଟା ସମ୍ମିଳନୀ ଗୃହ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବଟକୃଷ୍ଣ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଜୀତେନ୍ଦ୍ର କୁମାର ଭୋଇ ପି ପି ଟି ମାଧ୍ୟମରେ ଦୁର୍ଘଟଣା ଡାଟାବେସ ପୋର୍ଟାଲ୍, ଜିଲ୍ଲାରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକାରୀ ଯୋଜନା ଓ ପଦକ୍ଷେପ କୁ ବିସ୍ତୃତ ଭାବରେ ଗୃହରେ ଉପସ୍ଥାପନ କରିଥିଲେ !ସଡ଼କ ଦୁର୍ଘଟଣା କୁ ରୋକିବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ! ଏନ୍ଫୋର୍ସମେଣ୍ଟ ନିୟମକୁ ପୋଲିସ ଏବଂ ଆର୍ ଟି ଓ ମିଳିତ ପ୍ରୟାସରେ କଡାକଡି ପାଳନ, ମଦ ପିଇ ଗାଡ଼ି ଚାଳନା, ଅତ୍ୟଧିକ ଗତି,ବିନା ହେଲମେଟ ଓ ସିଟବେଲ୍ଟ ,ବିନା ଲାଇସେନ୍ସରେ ଗାଡ଼ି ଚାଳନାକୁ ବିଶେଷ ଭାବେ ଧରପଗଡ କରି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ଓ ଫାଇନ କରାଯିବ ! ନବରଂଗପୁର ସହର ର ଜାତୀୟ ରାଜପଥ କଡ଼ରେ ବ୍ୟବସାୟିକ ଓ ବ୍ୟକ୍ତିବିଶେଷ ଙ୍କ ଅନଧିକାର କବଜା କୁ ହଟାଇବା ପାଇଁ ମ୍ୟୁନିସିପାଲଟି ତରଫରୁ ପଦକ୍ଷେପ,ପ୍ରତ୍ୟେକ ସ୍କୁଲ୍ ଓ କଲେଜ ମାନଙ୍କରେ ସପ୍ତାହ ରେ ସଡକ ସୁରକ୍ଷା ସମ୍ବଧିତ କ୍ଲାସ ଓ ସଚେତନତା, ଦୁର୍ଘଟଣାରେ ଗୁରୁତର ଆହତ ଙ୍କୁ ଶୀଘ୍ର ଚିକିତ୍ସାଳୟ କୁ ପ୍ରେରଣ ଏବଂ ଏହି କାର୍ଯ୍ୟରେ ସ୍ଵେଚ୍ଛାକୃତ ଭାବେ ସାହାଯ୍ୟ କରିଥିବା ବ୍ୟକ୍ତି ଙ୍କୁ ୨୦୦୦ ଟଙ୍କା ରାଶି ର ପ୍ରୋତ୍ସାହନ,ବିନା ଲାଇସେନ୍ସ ରେ ମଟରସାଇକେଲ,ଅଟୋ , ଟ୍ରାକ୍ଟର ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଜୋରିମାନା ଓ ଲାଇସେନ୍ସ ରଦ୍ଦ ସହ କୋର୍ଟ ଚାଲାଣ,ଏସ ଏସ ଜି ମା ମାନଙ୍କ ଦ୍ଵାରା ପଞ୍ଚାୟତ ଓ ବ୍ଲକ ମାନଙ୍କରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉପରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା !ସୁଚନା ଅନୁଯାୟୀ ଗତ ବର୍ଷ ଜିଲ୍ଲାରେ ୨୦୭ ଟି ଦୁର୍ଘଟନା ଘଟି ୧୩୬ ଜଣ ଙ୍କ ମୃତ୍ୟୁ ଘଟିଥିଲା ଏବଂ ଜାନୁୟାରୀ ରୁ ସେପ୍ଟେମ୍ୱର ୨୦୨୪ ମଧ୍ୟରେ ୧୮୪ ଗୋଟି ରାସ୍ତା ଦୁର୍ଘଟନା ଘଟି ୧୨୮ ଜଣ ମୃତ୍ୟୁବରଣ କରିଛନ୍ତି ! ୨୦୨୪ ସେପ୍ଟେମ୍ବର ଶେଷ ସୁଦ୍ଧା ଅତ୍ୟଧିକ ଗତି ରେ ୮୨,ବିନା ହେଲମେଟ ରେ ୧୯୧,ମୋବାଇଲରେ କଥା ସହ ଗାଡ଼ି ଚାଳନାରେ ୩,ମଦ୍ୟପାନ ରେ ୫୪, ଅତ୍ୟଧିକ ଓଜନ ରେ ୫୫ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବିତ କରାଯାଇଛି ଏବଂ ଚାଲାଣ ଦ୍ଵାରା ୭୯,୨୪,୪୮୪ ଟଙ୍କା ଆଦାୟ କରାଯାଇଅଛି । ଯେଉଁ ରାସ୍ତାରେ ରାସ୍ତା ନିରାପତ୍ତା ସାଇନ୍ ବୋର୍ଡ, ସତର୍କତା ବାର୍ତ୍ତା, ସୋଲାର ବ୍ଲିଙ୍କର,ଗତି ସୀମା ବୋର୍ଡ ନାହିଁ ତାହା ଲଗାଇବାକୁ ଶୀଘ୍ର ପଦକ୍ଷେପ ନେବାକୁ ଏନ୍ ଏଚ ଏବଂ ଆର୍ ବି ନିର୍ବାହୀ ଯନ୍ତ୍ରୀଙ୍କୁ ସଭାରେ ଅଧ୍ୟକ୍ଷ କହିଥିଲେ ! ବୈଠକରେ ସି ଡି ଏମ ଓ, ଆର୍ ଏଣ୍ଡ ବି,ଏନ୍ ଏଚ, ଆର୍ ଡି ବିଭାଗୀୟ ଯନ୍ତ୍ରୀ,ପୌରପରିଷଦ ନିର୍ବାହୀ ଅଧିକାରୀ,ସଡ଼କ ସୁରକ୍ଷା ସଭ୍ୟ ତଥା ସମାଜ ଜିଲ୍ଲା ପ୍ରତିନିଧି, ଘରୋଇ ବସ ମାଲିକ ସଂଘ କର୍ମକର୍ତ୍ତା,ଗ୍ରାମ ବିକାଶ ସଂଗଠନ କତୃପକ୍ଷ,ଶିକ୍ଷା ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ! ଶେଷରେ ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ