ନବରଙ୍ଗପୁର ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sep 27, 2025 - 19:42
 0  18
ନବରଙ୍ଗପୁର ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୬.୦୯.୨୦୨୫ ରିଖ: ନବରଙ୍ଗପୁର ବ୍ଲକ୍ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ! ଏଥିରେ ବ୍ଲକ୍ ତଥା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏହି ଶିବିରରେ ଆସିଥିଲେ ! ଶିବିରର ମୂଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଶରତ ଭତ୍ରା ଉପସ୍ଥିତ ରହି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ ! ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ଡ ସୁନୀଲ କୁମାର ଖରା,ଏବିଡିଓ ଗୋପାଳ ପଣ୍ଡା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ! ଶିବିରରେ ଅସ୍ଥିଶଲ୍ୟ ବିଶେଷଜ୍ଞ,ନାଶା,ଗଳା ଓ କର୍ଣ ବିଶେଷଜ୍ଞ,ଚକ୍ଷୁ ବିଶେଷଜ୍ଞ ଓ ମାନସିକ ବିଶେଷଜ୍ଞ ଉପସ୍ଥିତ ରହିଥିଲେ ! ଶିବିରରେ ମୋଟ ୧୫୩ ଜଣ ଦିବ୍ୟାଙ୍ଗଙ୍କ ନାମ ପଞ୍ଜିକରଣ କରାଯାଇଥିଲା ବେଳେ ୧୩୩ ଜଣଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇବାର ଯୋଗ୍ୟ ବିବେଚିତ ହୋଇଥିଲେ ! ଦିବ୍ୟାଙ୍ଗମାନଙ୍କ ବସପାସ୍,ଭତ୍ତା ଆବେଦନ,ଚାଉଳ ତଥା ସରକାରୀ ସୁବିଧାମାନ ପ୍ରଦାନ କରାଯିବାକୁ ଆବେଦନ ଗ୍ରହଣ କରାଯାଇଥିଲା ! ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ ଓ ସହଯୋଗ ନିମନ୍ତେ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା ! ଏହାଛଡା ଜିଲ୍ଲା "ସକ୍ଷମ" ତରଫରୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସେବା କେନ୍ଦ୍ର ଖୋଲାଯାଇଥିଲା ! ଯେଉଁଥିରେ ଅନେକ ଦିବ୍ୟାଙ୍ଗ ଉପକୃତ ହୋଇଥିଲେ ! ଜିଲ୍ଲା ସକ୍ଷମ ତରଫରୁ ସଭାପତି ସୁଜିତ୍ ରଥ,ଉପସଭାପତି ପ୍ରୀତିଶ୍ ଚନ୍ଦ୍ର,ସଦସ୍ୟା ପରମେଶ୍ବରୀ ପାହାଡି ଉପସ୍ଥିତ ରହିଥିଲେ ! ସକ୍ଷମ କେନ୍ଦ୍ରରେ ରାଜସ୍ବ ନିରିକ୍ଷକ ଲମ୍ବୋଦର ପ୍ରଧାନୀ,ଡ ପଙ୍କଜ ପଟ୍ଟନାୟକ ସହଯୋଗର ହାତ ବଢାଇଥିଲେ ! ଶିବିରଟି ବିଡ଼ିଓ ଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିବା ବେଳେ ପରିଚାଳନା ଦାୟିତ୍ୱରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପାର୍ଥଜିତ ମଣ୍ଡଳ, କାମାକ୍ଷୀ ତ୍ରିପାଠୀ ଓ ଭି ପବନ କୁମାର ପରିଚାଳନା କରିଥିଲେ ! ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ,ସମିତିସଭ୍ୟ,ଓ୍ବାର୍ଡ ସଭ୍ୟ ଉପସ୍ଥିତ ରହିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ