ନବରଙ୍ଗପୁର ଠାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଶୁଭାରମ୍ଭ

Dec 4, 2025 - 20:01
 0  17
ନବରଙ୍ଗପୁର ଠାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଶୁଭାରମ୍ଭ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୪.୧୨.୨୦୨୫ ରିଖ: ସ୍ଥାନୀୟ ସରୋଜିନୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ଏବଂ ଆସୋସିଏସନ ଫର ଭଲ୍ନଟାରୀ ଆକ୍ସନ ସଂସ୍ଥା ତରଫ ରୁ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ର ଶୁଭାରମ୍ଭ ହୋଇଯାଇଅଛି ! ଏହି ବାଲ୍ୟ ବିବାହ ବିରୋଧରେ ଏହି ଜାତୀୟ ଅଭିଯାନ ଗତ ୨୭ ନଭେମ୍ବର ରୁ ୮ ମାର୍ଚ୍ଚ ପର୍ଯ୍ୟନ୍ତ ୧୦୦ ଦିନ ବ୍ୟାପୀ ବିଶେଷ ସଚେତନତା କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲା ପାଇଁ ବିଶେଷ ଗୁରୁତ୍ବ ବହନ କରୁଛି ଯେହେତୁ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ବହୁଳ ମାତ୍ରା ରେ ଅନୁଷ୍ଠିତ ହେଉଛି ! ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧ୍ୟକ୍ଷ ବବିତା ପାତ୍ର ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ରୂପେ ଆୟୋଗ ସଭ୍ୟା ସୁଜାତା ନାୟକ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ପ୍ରକଳ୍ପ ପ୍ରଶାସକ, ଜନଜାତି ଉନ୍ନୟନ ସଂସ୍ଥା ରାଜୀବ ସାହୁ ,ଡି ଏସ ଡବ୍ଲୁ ଓ ଦ୍ରପୌଦୀ କହଁର ପ୍ରମୁଖ ଉପସ୍ଥିତ ଥିଲେ !ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ବିଶେଷ ସଚେତନତା କାର୍ଯ୍ୟକ୍ରମ ଏବଂ ଅଧିକାରୀଙ୍କ ଆନ୍ତରିକ ଉଦ୍ୟମ ଉପରେ ଗୁରୁତ୍ବ ଆରୋପ କଲେ ! ଅଙ୍ଗନବାଡି କର୍ମୀ,ଶିଶୁ ସୁରକ୍ଷା କର୍ମଚାରୀ ମାନଙ୍କ ବାଲ୍ୟ ବିବାହ ରୋକିବାରେ ଅବିରତ କାର୍ଯ୍ୟକୁ ପ୍ରଶଂସା କରି ଏହାକୁ ଆହୁରି ଏହି ୧୦୦ ଦିନିଆ କାର୍ଯ୍ୟକ୍ରମ ରେ ସ୍ଵତନ୍ତ୍ର ଉଦ୍ୟମ ର ଆବଶ୍ୟକତା କୁ ଗୁରୁତ୍ବ ଦେଲେ ଏବଂ କୌଣସି ଝିଅ ଯଦି କ୍ରମାଗତ ଭାବେ ସପ୍ତାହ ରୁ ଅଧିକ ସ୍କୁଲ ରେ ଅନୁପସ୍ଥିତ ରହେ ତେବେ ସଙ୍ଗେ ସଙ୍ଗେ ଅଙ୍ଗନ ବାଡି କର୍ମୀ,ସ୍କୁଲ କର୍ତୃପକ୍ଷ ନିଶ୍ଚୟ ଭାବେ ଦେଖିବେ ଯେଭଳି ଏହା କୌଣସି ଡ୍ରପ ଆଉଟ୍ କେସ କିମ୍ବା ବାଲ୍ୟ ବିବାହ ର ସଂକେତ ହୋଇପାରେ ! ଜିଲ୍ଲାପାଳ ନିଜ ବକ୍ତବ୍ୟରେ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ଏବଂ ଆଇନଗତ ଅପରାଧ କେବଳ ସରକାରୀ କର୍ମଚାରୀ ନୁହଁ ଆମେ ସମସ୍ତେ ନିଜ ସ୍ତରରେ ଏହାର ମୂଳୋତ୍ପାଟନ ନିମନ୍ତେ ସତତ ଚେଷ୍ଟା କରିବା ଓ ଝିଅ ମାନଂକ ମୌଳିକ ଅଧିକାର ପାଇବାରେ ସହାୟକ ହେବା ବୋଲି କହିଥିଲେ ! ବିଶେଷ ସଚେତନତା କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ବ୍ଲକରେ ସଚେତନତା ଶୋଭାଯାତ୍ରା,ପୋଷ୍ଟର, ପ୍ରବନ୍ଧ, ବକ୍ତୃତା ଭଳି ବିଭିନ୍ନ ପ୍ରତିଯୋଗୀତା,ମନ୍ଦିର ,ମସଜିଦ ,ଗୁରୁଦ୍ୱାରା ଉପାସନା ପୀଠର ପୁରୋହିତ ଙ୍କୁ ସଚେତନ, ଲିଫ୍ଲେଟ ବଣ୍ଟନ, ବାଲ୍ୟ ବିବାହ ବିରୋଧରେ କାନ୍ଥ ରେ ପେଣ୍ଟିଂ,ପୋଷ୍ଟର ଲଗାଇବା,କଲ୍ୟାଣମଣ୍ଡପ, ବେଣ୍ଡ ପାର୍ଟି, ଫୋଟୋଗ୍ରାଫର, ଟେଣ୍ଟ ମାନଙ୍କରେ ସତର୍କତା ସହ ଲିଖିତ ଅଙ୍ଗୀକାର ପତ୍ର ଭଳିଁ କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଉଛି ! ମୁଖ୍ୟ ଅତିଥି ବାଲ୍ୟ ବିବାହ ବିରୋଧରେ ସମସ୍ତଙ୍କୁ ଏକ ଶପଥ ପାଠ କରାଇଥିଲେ ଏହି ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲାକାଙ୍କ ସମେତ ସଖି ୱାନ ଷ୍ଟପ ସେଣ୍ଟର କିଶୋରୀ ପଟ୍ଟନାୟକ,ସରିତା ପାଣି, ଓ ସଦସ୍ୟ , ଆଂଗନ ଟ୍ରଷ୍ଟ ରୁ ପ୍ରଭାସିନୀ ପଟନାୟକ , ପିରାମଲ ଫାଉଣ୍ଡେସନ ତରଫ ରୁ ବିକ୍ରମ ରାଣା, ଶିଶୁ ଅଧିକାର ସହଯୋଗି ସୌରବ ଉପାଧ୍ୟାୟ,ପୌରପାଳିକା ସଭ୍ୟା,ବିଭିନ୍ନ ବ୍ଲକ ର ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ ! ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ! ଉଦଘୋଷିକା ଚନ୍ଦନା ମଲ୍ଲିକ ସଭା ସଞ୍ଚାଳନ କରିଥିଲେ ! ଏହି ସଭାର ଶେଷରେ ରମା ପଟନାୟକ ଧନ୍ୟବାଦ ଦେଇଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ