ନବରଙ୍ଗପୁର ଠାରେ ଆନ୍ତଃ ରାର୍ଜୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ର ଶୁଭାରମ୍ଭ

Sep 9, 2025 - 21:41
 0  21
ନବରଙ୍ଗପୁର ଠାରେ ଆନ୍ତଃ ରାର୍ଜୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ର ଶୁଭାରମ୍ଭ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୯.୦୯.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ୧୦:୦୦ଘ ସମୟରେ ଜିଲ୍ଲାପାଳ, ନବରଙ୍ଗପୁର ଡ. ମହେଶ୍ୱର ସ୍ୱାଇଁ, ଜିଲ୍ଲା ଶ୍ରମ ଅଧିକାରୀ, ଅନ୍ୟାନ୍ୟ କର୍ମଚାରୀ ଓ ଟ୍ରେଡ ୟୁନିଅନ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଏକ ଆନ୍ତର୍ରାଜ୍ୟୀୟ ପ୍ରବାସୀ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ ଓ ପ୍ରସ୍ଥାନ କରାଯାଇଛି ! ଏହି ରଥଟି ଆସନ୍ତା ୧୦ ଦିନ ଧରି ସମସ୍ତ ବ୍ଲକ ସହିତ ଗ୍ରାମପଞ୍ଚାୟତ କୁ ଗଡିବା ସହିତ ପ୍ରବାସୀ ଶ୍ରମିକମାନଙ୍କୁ ନିରାପଦ ତଥା ଆଇନ୍ ସମ୍ମତ ଭାବେ ବାହାର ରାଜ୍ୟକୁ ଯାଇ କାର୍ଯ୍ୟ କରିବା ସମ୍ବନ୍ଧରେ ବାର୍ତ୍ତା ଓ ସଚେତନତା ପ୍ରସାର କରିବ ! ଏହା ସହ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ସଚେତନ କରାଯିବା ସହ ସେମାନେ ଯିବା ପୂର୍ବରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ଲକ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ତାଙ୍କର ନାମ, ଠିକଣା ଓ କେଉଁ ରାଜ୍ୟକୁ କେତେଦିନ ପାଇଁ ଯାଉଛନ୍ତି, ଶ୍ରମ ଠିକାଦାର ଏଜେଣ୍ଟ ସହାୟତା ରେ ଯାଉଥିଲେ ତାଙ୍କର ନାମ ଠିକଣା ଯୋଗାଯୋଗ ନମ୍ବର ଇତ୍ୟାଦି ଦାଖଲ ଓ ପଞ୍ଜିକରଣ କରି ଯିବା ସମ୍ବନ୍ଧରେ ସଚେତନତା ଜାଗୃତ କରିବ ଓ ଏହା ସମ୍ବନ୍ଧୀୟ ପ୍ରଚାର ପତ୍ର ବଣ୍ଟନ କରିବ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ