ନବଦିତ୍ୟ ବିଦ୍ୟାଳୟରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପର୍ବ ପାଳିତ

ନୂଆପଡା : ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ନବଦିତ୍ୟ ବିଦ୍ୟାଳୟରେ ଶନିବାର ଦିନ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପର୍ବ ବଡ ଧୁମ ଧାମର ସହ ପାଳିତ ହୋଇଯାଇଛି l ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପୋଷ୍ଟର ମେକିଙ୍ଗ, ମାଖନ ମଟକା ସଜେଇବା, ନୃତ୍ୟୁ ଏବଂ ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବଡ ଉତ୍ସାହ ସହ ଭାଗ ନେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ ଯୋଗଦାନ ଦେଇଥିବାବେଳେ ସମ୍ମାନୀତ ଅତିଥି ରୂପେ ସି.ଆର.ସି.ସି. ଶଙ୍କର ପୁରୋହିତ, ସ୍କୁଲ ଚୈୟାରୟାନ ଅଜିଜୁର ରହମାନ, ଡ଼ାଇରେକ୍ଟର ଆଶିକ ରହମାନ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା ଶିକ୍ଷକ ମଧୁସୂଦନ ମୁଣ୍ଡ କରିଥିବାବେଳେ ପ୍ରତିଯୋଗିତାରେ ଭାଗ ନେଇଥିବା ଶ୍ରେଷ୍ଠ ଉତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଉପଢ଼ାକନ ଦେଇ ସମ୍ମାନିତ କରାଯାଇଥିଲାବେଳେ ସୁଜାତା ହୋତା ଏବଂ ନରେନ୍ଦ୍ର ଗାନ୍ଧୀ ମଞ୍ଚ ପରିଚାଳନା କରିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






