ନଗର ଉନ୍ନୟନ ମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ନେଇ ସମୀକ୍ଷା ବୈଠକ
ବାରିପଦା ତା ୧୭/୧୧(ଫାଷ୍ଟ୍ ନ୍ୟୁଜ ଓଡ଼ିଶା) ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମହିଳା ସଶକ୍ତିକରଣ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟତଃ ମୟୂରଭଞ୍ଜ ଜିଲ୍ଲାରେ ଆଗାମୀ ସମୟରେ ମହିଳାମାନଙ୍କର କିପରି ଆର୍ଥିକ ଅଭିବୃଦ୍ଧି ଘଟିବ ଯଦ୍ୱାରା ସେମାନେ ଆର୍ଥିକ କ୍ଷେତ୍ରରେ ଅଧିକ ସ୍ୱାବଲମ୍ବୀ ହୋଇପାରିବ ସେଦିଗରେ ଆଲୋଚନା ହୋଇଥିଲା. ମହିଳାମାନଙ୍କ ବିକାଶ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ଗୁଡିକର ସୁଫଳ ସମାଜରେ ତୃଣ ମୂଳ ସ୍ତରରେ କିପରି କାର୍ଯ୍ୟାନ୍ବୟନ କରାଯିବ ସେବିଷୟରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଆଲୋଚନା କରିଥିଲେ. ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟରେ ମୋରଡା ନିର୍ବାଚନ ମଣ୍ଡଳୀରେ ପ୍ରତି ଗ୍ରାମପଞ୍ଚାୟତ ସ୍ତରରେ ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରି ସେମାନଙ୍କ ଜୀବନ ଜୀବିକା ରେ ଉନ୍ନତି ଆଣିବା ପାଇଁ ଶିବିର ଆୟୋଜନ କରାଯାଇ ମହିଳା ଉଦ୍ୟୋଗୀ ଓ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ଓରମାସ ଓ ଆଇଟିଡିଏର ସହାୟତାରେ ଉପଯୁକ୍ତ ବିପଣନ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ. ବୈଠକରେ ଅତିରିକ୍ତ ଜିଲ୍ଳାପାଳ ଇଶ୍ୱର ଚନ୍ଦ୍ର ନାଏକ, ମନ୍ତ୍ରୀଙ୍କ ପିଏସ ରାମ ଚନ୍ଦ୍ର ସୋରେନ, ଅତିରିକ୍ତ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାୟକ, ପିଏ ଆଇଟିଡିଏ ପ୍ରଣୟ ବେହେରାଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0