ଧରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ
କୋଲାବିରା ୧୫ ।୧୧(ଫାଷ୍ଟ ନ୍ୟୁଜ ଓଡିଶା): ସମନ୍ବିତ ଆଦିବାସୀ ସମାଜ କମିଟି ସୋଢାମାଲ ପକ୍ଷରୁ କୋଲାବିରା ଠାରେଧରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପୁର୍ବାହ୍ନରେ କୋଲାବିରା ହସପିଟାଲ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି କରରୁଣାକର ପାର୍କ ପର୍ଯ୍ୟନ୍ତ ଆସି ସେଠାରେ ଏକ ସାଦାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସମନ୍ବିତ ଆଦିବାସି ସମାଜ,ରମାଦେବୀ ଏସସି ମହିଲା କମିଟି ସମାସିଂହା,ଏସସି ଏସଟି ମିଳିତ କମିଟି କୋଲାବିରା ର କର୍ମକର୍ତା ସମେତ ଅଂଚଳର ବହୁ ସଂଖ୍ୟକ ଅଧୂବାସୀ ଯୋଗଦେଇଥିଲେ । ଆଦିବାସୀ ସମାଜର ପ୍ରେମସାଗର ଧୁରୁଆ,ପଦ୍ମିନୀ ମୁଣ୍ଡାନିଳେନ୍ଦ୍ର କାଲୋ,ସୁର୍ଯ୍ୟକାର୍ତ୍ତି ଚାନ୍ଦ,ଦିପିକା ସିଂ,ତପନ କାଲୋ,ରୁଦ୍ରପ୍ରତାପ ସିଂହ,ଟିକେଶ୍ଵର ନାଏକ ପ୍ରମୁଖ ଯୋଗଦେଇବିର୍ସାମୁଣ୍ଡା ଥିଲେ ଆଦିବାସୀମାନଙ୍କ ସ୍ବାର୍ଥମସ୍ବାଭିମାନ ଓ ଆତ୍ମ ପରିଚୟର ସୁରକ୍ଷା ପାଇଁ ସଂଘର୍ଷର ମୂର୍ତିବନ୍ତ ପ୍ରତିକ,ସେଥୁପାଇଁ ସେ ଭଗବାନ ଓ ଧରତିଆବା ଭାବରେ ଆଦିବାସୀ ସମାଜରେ ଚିର ପୂଜ୍ୟ ଓ ନମସ୍ୟ । ଭଗବାନ ବିର୍ସା ମୁଣ୍ଡା ଏହି ଇହଧାମରେ ମାତ୍ର ୨୫ ବର୍ଷ ଅତିବାହିତ କରିଥିବା ବେଳେ ଭାରତ ଇତିହାସର ସବୁଠାରୁ ଶକ୍ତିଶାଳୀ ଆଦିବାସୀ ମେଳି ଓ ଜନ ଆନ୍ଦୋଳନର ମହାନାୟକବିର୍ସା ମୁଣ୍ଡା ବୋଲି ଅଭିହିତ କରିବା ସହିତ ମହାନ ବିପ୍ଳବୀ ବିର୍ସା ମୁଣ୍ଡା ରାଂଚି ଜେଲରେ ଏକ କୋଠରିରେ ୧୯୦୦ ମସିହା ଜୁନ ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଥିବାବିଷୟରେ ସ୍ମୃତିଚାରଣ କରିଥିଲେ । କେବଳ ଜଙ୍ଗଲ ଓ ଜମି ଅଧିକାର ହାସଲ ଲରେ ସୀମିତ ଲକ୍ଷ୍ୟର ପୂଜାରୀ ନଥୁଲେ ବିର୍ସା ମୁଣ୍ଡା । ତାଙ୍କର ନାରା ଥୁଲା ବ୍ରିଟିଶ ରାଜ ଶେଷ କରି ନିଜ ଶାସନ ଲାଗୁ ଗୁ କରିବା । କେବଳ ଆଧୁନିକ ଝାଡଖଣ୍ଡ ଓଡିଶାର ଆଦିବାସୀ ସ୍ବାର୍ଥ ନରହେଁ ବରଂ ସାରା ଦେଶର ସ୍ବାଧୀନତା ପାଇଁ ବିସ୍ରାଙ୍କ ଯେ ଚିର ସ୍ମରଣୀୟ ହୋଇ ରହିବ ବୋଲି ଅତିଥ୍ ଭାବରେ ଯୋଗଦେଇ କୋଲାବିରା ଜମିଦାର ବୀର ଅମରେନ୍ଦ୍ର ପ୍ରତା ପ୍ରତାପ ସିଂହ କହିଥିଲେ । ସଭା ପରେ ଶୋଭାଯାତ୍ରାରେ ବାହାରି କରିଣାକର ପାର୍କ ଠାରେ ଥିବା ସହିଦ କରୁଣାକର ସିଂହ ଙ୍କ ଙ୍କ ପୂର୍ଣ ପୂର୍ଣାବୟବ ପ୍ରତିମୁର୍ତିରେ ମାଲ୍ୟର୍ପଣ । ବିର୍ସା ମୁଣ୍ଡାଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ ପରେ କରୁଣାକର ଛକ ସ୍ଥିତ କରୁଣାକର ମୁର୍ତିରେ ମୁର୍ତି ପୁଷ୍ପମାଲ୍ୟ ଅର୍ପଣ ପରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟକୁ ପହଂଚି ମହାମହିମ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ) ଗୋଷ୍ଠୀ ଉନ୍ନୟନ ଅଧୂକାରୀଙ୍କ ଜରିଆରେ ପେସା ଆଇନ ଲାଗୁ କରିବା,କୋଲାବିରାକୁ ଆଦିବାସୀ ବ୍ଲକର ମାନ୍ୟତା,ଉଚ୍ଛେଦ କରାଯାଇଥିବା ଲଇକେରା ବିଧାନ ସଭା ମଣ୍ଡଳୀକୁ ମାନ୍ୟତା ସହ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବୀପତ୍ର ପ୍ରଦାନ କରିଥିଲେ କରି । ଶୋଭାଯାତ୍ରା ପାରମ୍ପରିକ ଆଦିବାସୀ ନୃତ୍ୟ ଗୀତ ସାଙ୍ଗକୁ ପାରମ୍ପରି ଅସ୍ତ୍ର ଧନୁତୀର,ବାର୍ଜା,ଭାଲା ନେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଅଂଚଳର ଆଦିବାସୀ । କୋଲାବିରାରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡିଶା)
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0