ଧରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

Nov 15, 2025 - 21:32
 0  52
ଧରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

କୋଲାବିରା ୧୫ ।୧୧ (ଫାଷ୍ଟ ନ୍ୟୁଜ ଓଡିଶା): ସମନ୍ବିତ ଆଦିବାସୀ ସମାଜ କମିଟି ସୋଢାମାଲ ପକ୍ଷରୁ କୋଲାବିରା ଠାରେଧରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପୁର୍ବାହ୍ନରେ କୋଲାବିରା ହସପିଟାଲ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି କରରୁଣାକର ପାର୍କ ପର୍ଯ୍ୟନ୍ତ ଆସି ସେଠାରେ ଏକ ସାଦାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସମନ୍ବିତ ଆଦିବାସି ସମାଜ,ରମାଦେବୀ ଏସସି ମହିଲା କମିଟି ସମାସିଂହା,ଏସସି ଏସଟି ମିଳିତ କମିଟି କୋଲାବିରା ର କର୍ମକର୍ତା ସମେତ ଅଂଚଳର ବହୁ ସଂଖ୍ୟକ ଅଧିବାସୀ ଯୋଗଦେଇଥିଲେ । ଆଦିବାସୀ ସମାଜର ପ୍ରେମସାଗର ଧୁରୁଆ,ପଦ୍ମିନୀ ମୁଣ୍ଡାନିଳେନ୍ଦ୍ର କାଲୋ,ସୁର୍ଯ୍ୟକାନ୍ତ ଚାନ୍ଦ,ଦିପିକା ସିଂ,ତପନ କାଲୋ,ରୁଦ୍ରପ୍ରତାପ ସିଂହ,ଟିକେଶ୍ବର ନାଏକ ପ୍ରମୁଖ ଯୋଗଦେଇବିର୍ସାମୁଣ୍ଡା ଥିଲେ ଆଦିବାସୀମାନଙ୍କ ସ୍ଵାର୍ଥମସ୍ଵାଭିମାନ ଓ ଆତ୍ମ ପରିଚୟର ସୁରକ୍ଷା ପାଇଁ ସଂଘର୍ଷର ମୂର୍ତିବନ୍ତ ପ୍ରତିକ,ସେଥିପାଇଁ ସେ ଭଗବାନ ଓ ଧରତିଆବା ଭାବରେ ଆଦିବାସୀ ସମାଜରେ ଚିର ପୂଜ୍ୟ ଓ ନମସ୍ୟ । ଭଗବାନ ବିର୍ସା ମୁଣ୍ଡା ଏହି ଇହଧାମରେ ମାତ୍ର ୨୫ ବର୍ଷ ଅତିବାହିତ କରିଥିବା ବେଳେ ଭାରତ ଇତିହାସର ସବୁଠାରୁ ଶକ୍ତିଶାଳୀ ଆଦିବାସୀ ମେଳି ଓ ଜନ ଆନ୍ଦୋଳନର ମହାନାୟକବିର୍ସା ମୁଣ୍ଡା ବୋଲି ଅଭିହିତ କରିବା ସହିତ ମହାନ ବିପ୍ଳବୀ ବିର୍ସା ମୁଣା ରାଂଚି ଜେଲରେ ଏକ କୋଠରିରେ ୧୯୦୦ ମସିହା ଜୁନ ୯ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିବାବିଷୟରେ ସ୍ମୃତିଚାରଣ କରିଥିଲେ । କେବଳ ଜଙ୍ଗଲ ଓ ଜମି ଅଧିକାର ହାସଲରେ ସୀମିତ ଲକ୍ଷ୍ୟର ପୂଜାରୀ ନଥୁଲେ ବିର୍ସା ମୁଣ୍ଡା । ତାଙ୍କର ନାରା ଥିଲା ବ୍ରିଟିଶ ରାଜ ଶେଷ କରି ନିଜ ଶାସନ ଲାଗୁ କରିବା । କେବଳ ଆଧୁନିକ ଝାଡଖଣ୍ଡ ଓଡିଶାର ଆଦିବାସୀ ସ୍ବାର୍ଥ ନରହେଁ ବରଂ ସାରା ଦେଶର ସ୍ବାଧୁନତା ପାଇଁ ବିସ୍ରାଙ୍କ ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ଅତିଥୁ ଭାବରେ ଯୋଗଦେଇ କୋଲାବିରା ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହ କହିଥିଲେ । ସଭା ପରେ ଶୋଭାଯାତ୍ରାରେ ବାହାରି କରିଣାକର ପାର୍କ ଠାରେ ଥ‌ିବା ସହିଦ କରୁଣାକର ସିଂହ ଙ୍କ ପୂର୍ଣାବୟବ ପ୍ରତିମୁର୍ତିରେ ମାଲ୍ୟର୍ପଣ । ବିର୍ସା ମୁଣ୍ଡାଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ ପରେ କରୁଣାକର ଛକ ସ୍ଥିତ କରୁଣାକର ମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟକୁ ପହଂଚି ମହାମହିମ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧୁକାରୀଙ୍କ ଜରିଆରେ ପେସା ଆଇନ ଲାଗୁ କରିବା,କୋଲାବିରାକୁ ଆଦିବାସୀ ବ୍ଲକର ମାନ୍ୟତା,ଉଚ୍ଛେଦ କରାଯାଇଥିବା ଲଇକେରା ବିଧାନ ସଭା ମଣ୍ଡଳୀକୁ ମାନ୍ୟତା ସହ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଶୋଭାଯାତ୍ରା ପାରମ୍ପରିକ ଆଦିବାସୀ ନୃତ୍ୟ ଗୀତ ସାଙ୍ଗକୁ ପାରମ୍ପରି ଅସ୍ତ୍ର ଧନୁତୀର,ବାର୍ଜା,ଭାଲା ନେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଅଂଚଳର ଆଦିବାସୀ ।

କୋଲାବିରାରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡିଶା)

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ