।। ଧନଶୁଲି ପଞ୍ଚାୟତ ନଲାଚୁଆଁ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ।।

Oct 5, 2024 - 18:20
 0  10
।। ଧନଶୁଲି ପଞ୍ଚାୟତ ନଲାଚୁଆଁ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ।।

ନଳାଛୁଆଁ ଏକ ଅଧିବାସୀ ଦୁର୍ଗମ ଅଞ୍ଚଳ ହେଇ ଥିବାରୁ ଏହି ଗାଁକୁ ପ୍ରଶାସନ ଦୃଷ୍ଟି ଆକର୍ଷଣ କରୁ ନାହାଁନ୍ତି ଯାହା ଫଳରେ ଆଜି ନଳାଛୁଆଁ ଗାଁରେ ଏକ ଭଳ ରାସ୍ତା ଟିଏ ହେଇ ପାରୁ ନାହିଁ। ଅନେକ ଦିନ ବିତି ଯାଇ ଥିଲେ ମଧ୍ୟ ଏକ ରାସ୍ତା ହେବା ପାଇଁ ସରକାର ଦୃଷ୍ଟି ଦେଇ ନାହାଁନ୍ତି। ଯାହା ଫଳରେ ଆଜି ମଧ୍ୟ ନଳାଛୁଆଁ ଗାଁ ଲୋକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଏଣୁ ଆଜି ଏହି ଗ୍ରାମବାସୀ ପ୍ରଶାସନକୁ ଦୃଷ୍ଟିଗୋଚର କରିବା ପାଇଁ ଗୁହାରି କରୁଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଳି ପଞ୍ଚାୟତର ପାହାଡ଼ ଘେରା ନଳାଛୁଆଁ ଗାଁର ଜନସାଧାରଣଙ୍କ ନୀତି ଦିନ ହସ୍ପିଟାଲ୍,ବ୍ୟାଙ୍କ୍,ପଞ୍ଚାୟତ କାର୍ଯ୍ୟ ତଥା ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଯାତାୟତ କରିବା ପାଇଁ ଏହି ରାସ୍ତା ହିଁ ମୁଖ୍ୟ ରାସ୍ତା ଅଟେ କିନ୍ତୁ ଏହି ରାସ୍ତା ଅତି ଶୋଚନୀୟ ରହିଥିବାର ଦେଖିବାକୁ ମିଳୁଛି ।ଗ୍ରାମବାସୀ କହିବା ଅନୁଯାୟୀ ଏବିଷୟରେ ବାରମ୍ବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନ କୁ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଉ ନାହାନ୍ତି ସରକାର, ନଳାଛୁଆଁ ଏକ ଆଦିବାସୀ ଗାଁ ଅଟେ କିନ୍ତୁ ସରକାର ଗ୍ରାମ୍ୟ ଉନ୍ନୟନ ବିକାଶ କରିବା ପାଇଁ ଅନେକ ପ୍ରକାର ବିକାଶ ମୂଳକ ଯୋଜନା କରୁଛନ୍ତି କିନ୍ତୁ ନଳାଛୁଆଁ ଅଧିବାସୀ ଅଧ୍ୟସିତ ଗାଁ ମାନଙ୍କୁ କାହିଁକି ଦୃଷ୍ଟିଗୋଚର କରୁ ନାହାଁନ୍ତି। ଅନେକ ପ୍ରକାର ନାରା ରାଜ୍ୟ ସରକାର ଦେଉଛନ୍ତି ହେଲେ ଧନସୁଳୀ ପଞ୍ଚାୟତର ନଳାଛୁଆଁ ଗ୍ରାମର ଏହି ରାସ୍ତା ନୀତି ଦିନ ବ୍ୟବହୃତ ହେଉଥିବା ବେଳେ ଏହି ରାସ୍ତା ଦେଇ ବାର୍ଥକ୍ୟ ଭତ୍ତା, ଚାଉଳ, ସରକାରୀ କାଗଜ ପତ୍ର କାମରେ ଏହି ରାସ୍ତାରେ ଯାତାୟତ କରିଥାନ୍ତି, ଜନସାଧାରଣ ଙ୍କ ଅଭିଯୋଗ ଏହି ଗାଁରେ ପିଇବା ପାଣି ପାଇଁ ନଳକୂଅ ମଧ୍ୟ ନାହିଁ ରୋଗ ଗ୍ରସ୍ତ ହେଲେ ଡାକ୍ତରଖାନା ଯିବାକୁ ସୁବିଧା ନାହିଁ ଏମିତି ଅନେକ ପ୍ରକାରର ସମସ୍ୟା ରହିଛି ତଥାପି ଏହି ଗ୍ରାମବାସୀ ମାନେ ସମସ୍ୟାର ସାମ୍ନା କରି ଏହି ନଳାଛୁଆଁ ଗାଁରେ ବସବାସ କରି ଆସୁଛନ୍ତି। ଏହି ଗାଁରେ ଏକ ସରକାରୀ ବିଦ୍ୟାଳୟ ଅଛି କିନ୍ତୁ ଏହି ବିଦ୍ୟାଳୟରେ ନଳକୂଅ ଟିଏ ମଧ୍ୟ ନାହିଁ ଯାହା ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ କରିବା ପାଇଁ ଝରଣା ପାଣି ବ୍ୟବହାର ହେଇ ଥାଏ। ଏହି ଝରଣା ପାଣି ପିଇ କି ଛାତ୍ରଛାତ୍ରୀ ମାନଙ୍କ ଦେହ ଅସୁସ୍ଥ ହୁଏ ତାହା ହେଲେ ସରକାର ଦାୟୀ ରହିବେ କି ବୋଲି ବଡ ପ୍ରଶ୍ନ ଉଠାଇଛନ୍ତି ନଳାଛୁଆଁ ଗ୍ରାମବାସୀ । ଏହି ଗାଁରେ ଅନେକ ପରିବାର ବସବାସ କରୁଛନ୍ତି ଓ ସେମାନେ ମଧ୍ୟ ଭାରତର ଏକ ନାଗରିକ , ଭାରତର ସମ୍ବିଧାନ ଆଇନ ଅନୁଯାୟୀ ସେମାନେ ମଧ୍ୟ ମୌଳିକ ସୁବିଧା ପାଇବାର ଯୋଗ୍ୟତା ଅଛି ହେଲେ ନଳାଛୁଆଁ ଗାଁର ଲୋକମାନେ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି। ଭାରତୀୟ ସମ୍ବିଧାନ ଅନୁଯାୟୀ ସରକାର ଏହି ଗ୍ରାମବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ଉଚିତ ବିଚାର କରିବାର ଆବଶ୍ୟକତା ରହିଛି। ଖବର ପ୍ରସାରଣ ପରେ ପ୍ରଶାସନ ଏହି ଗାଁ ପ୍ରତି କେବେ ଦୃଷ୍ଟିଗୋଚର କରି ଉଚିତ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ