।। ଦୃନୀତୀ ଦୃନୀତୀ ମହା ଦୃନୀତୀ,ଆବାସ ଯୋଜନା ରେ ପିଶୀ କାର ବାର୍: ଦଲାଲ ସାଜିଛି ଜୀଓ ଟେକ୍ ।।

Sep 27, 2023 - 15:53
 0  11
।। ଦୃନୀତୀ ଦୃନୀତୀ  ମହା ଦୃନୀତୀ,ଆବାସ ଯୋଜନା ରେ ପିଶୀ କାର ବାର୍: ଦଲାଲ ସାଜିଛି ଜୀଓ ଟେକ୍ ।।

ପିଶୀ ନ ଦେଲେ ଆବାସ ଯୋଜନାରେ ଘର ତିଆରି କରୁଥିବା ଲୋକଙ୍କ ମିଳୁନାହିଁ ବିଲ ! ଗୋଟେ ବିଲ ରେ ୧୦୦୦୦ ଟଙ୍କା ପିସି ମାଗୁଥିବା ଅଭିଯୋଗ କରୁଛନ୍ତି ହିତାଧିକାରୀ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ କିଛି ଶୁଣୁ ନଥିବା ଅଭିଯୋଗ ଅନେକ ସମୟରେ ଖବର କାଗଜ ମାଧ୍ୟମରେ ପ୍ରକାଶ ପାଉଛି । କିନ୍ତୁ ସବୁ ଜାଣି ଶୁଣି ଅଫିସର ମାନେ ନିଜ ନିଜ ଭିତରେ ସଲାସୁତୁରା କରି ସବୁ ଘଟଣାକୁ ଚାପି ଦେଉଥିବା ଅଭିଯୋଗ ରହିଛି । ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ ଘୁନେଶ ପଂଚାୟତ ରେ ଥିବା ବରଲା ଗ୍ରାମରୁ । ଏହି ଗ୍ରାମରେ ରୁକନି ବାଗ ଙ୍କ ନାମରେ ଏକ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ନିର୍ମାଣ ଓଡି/୦୯/୦୦୮/୩୦୧୪/୨୧-୨୨ ପାଇଁ ଆସିଥିଲା । ଗୃହ ଆସିବା ପରେ ସେ ତାଙ୍କ ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ। ଗୃହ ନିର୍ମାଣ ବାବଦକୁ ସେ ପ୍ରଥମ କିସ୍ତି ୪୦,୦୦୦ ପାଇଁ ସାରିଛନ୍ତି । ଏହା ପରେ ରୁକୁନି ବାଗ ଛାତ ସ୍ତରରେ ସେଣ୍ଟ୍ରିଂ କାମ ସାରିଥିଲେ ଏବଂ ସମ୍ପୃକ୍ତ ଜିଓ ଟ୍ୟାଗ ମୁରଲୀ ସାଗରିଆଙ୍କୁ ଦୂତୀଆ କିସ୍ତି ଅର୍ଥ ପଇଠ କରିବା ପାଇଁ କହିବାରୁ ମୁରଲୀ ସାଗରିଆ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ରୁକୁଣି ବାଗ ପଇସା ଦେବାରେ ସକ୍ଷମ ନ ଥିବାରୁ ଆଯକୁ ପ୍ରାୟ ୩ ମାସ ହେଲା ତାଙ୍କୁ ଦୂତୀୟ କିସ୍ତି ଟଙ୍କା ମିଳି ପାରି ନ ଥିଲା ଯାହା ଫଳରେ ସେ ଗତ କାଲି ଏହି ବିଷୟ ନେଇ ତୁରେକେଲା ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଦୁତୀୟ କିସ୍ତି ଅର୍ଥ ପାଇଁବା ପାଇଁ ରୁକୁଣୀ ବାଗ ଯିଓ ଟ୍ୟାଗ୍ ମୁରଲୀ ସଗରିଆଙ୍କୁ ଫୋନପେ ମାଧ୍ୟମରେ କେବଳ ୧୮୦୦ ଏବଂ ନଗଦ ୧୦୦୦ ଟଙ୍କା ଦେଇଥିବା ସେ ଲିଖିତ ବିଡ଼ିଓଙ୍କ ପାଖରେ ସୂଚନା ଦେଇଛନ୍ତି। ଏହା ସହ ସେହି ଗ୍ରାମର ନିଲେ ବାଗ ଅନ୍ୟ ଜଣେ ହିତାଧିକାରୀ ଘର ତିଆରି ନ କରି ମଧ୍ୟ ଜିଓ ଟ୍ୟାଗ ମୁରଲୀ ଶଗରିଆଙ୍କୁ ଲାଞ୍ଚ ଦେଇଥିବାରୁ ସେ ଦୁତିୟ କିସ୍ତି ଟଙ୍କା ପାଇଥିବା ଉଲ୍ଲେଖ କରିଛନ୍ତି । ତୁରେକେଲା ବ୍ଲକ ରେ ଅନେକ ସମୟରେ ଏଭଳି ଅଭିଯୋଗ ଆସୁଛି । ଏହି ସବୁ ଘଟଣାରେ ଅନେକ ଅଫିସର ସମ୍ପୃକ୍ତ ଅଛନ୍ତି ହେଲେ ସବୁ ଜାଣି ଶୁଣି ମଧ୍ୟ ପ୍ରଶାସନ ଚୁପ୍ କାହିଁକି ରହିଛି ତାହା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଗାମୀ ଦିନରେ ଦେଖିବାକୁ ରହିଲା ଯେଉଁମାନେ ଏହି ପ୍ରଧାନ ମନ୍ତ୍ରୀ ଆବାସ ଗୃହ ନିର୍ମାଣ ରେ ଲାଞ୍ଚ କାରବାର ରେ ଲିପ୍ତ ଅଛନ୍ତି ପ୍ରଶାସନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି ନା ତାଙ୍କୁ ସଲାସୁତୁରା କରି ଛାଡ଼ି ଦେଉଛି ।

 ତୁରେକେଲା ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ