।। ଦୁଇ ମହିଳା ଶହ ୪ ନକଲି ମାଓବାଦୀ ଗିରଫ, ମାଓବାଦୀ ନାମରେ ଚିଠି ଓ ଫୋନ୍ କରି ୬୦ ଲକ୍ଷ ଟଙ୍କା ମାଗିଥିଲେ, ନଦେଲେ ହତ୍ୟା ଧମକ ଦେଇଥିଲା ।।

Dec 13, 2023 - 18:10
 0  194
।। ଦୁଇ ମହିଳା ଶହ ୪ ନକଲି ମାଓବାଦୀ ଗିରଫ, ମାଓବାଦୀ ନାମରେ ଚିଠି ଓ ଫୋନ୍ କରି ୬୦ ଲକ୍ଷ ଟଙ୍କା ମାଗିଥିଲେ, ନଦେଲେ ହତ୍ୟା ଧମକ ଦେଇଥିଲା ।।

ଦୁଇ ମହିଳା ଶହ ୪ ନକଲି ମାଓବାଦୀ ଗିରଫ, ମାଓବାଦୀ ନାମରେ ଚିଠି ଓ ଫୋନ୍ କରି ୬୦ ଲକ୍ଷ ଟଙ୍କା ମାଗିଥିଲେ, ନଦେଲେ ହତ୍ୟା ଧମକ ଦେଇଥିଲା। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ଥାନା ଅନ୍ତର୍ଗତ ଡିମୁଣ୍ଡି ଗାଁ ରୁ, ଅଭିଯୋଗ ଅନୁସାରେ ଡ଼ିମୁଣ୍ଡି ଗାଁର ପରମାନନ୍ଦ ନାୟକ ଙ୍କ ନିକଟକୁ ଗତ ୦୩.୧୨.୨୦୨୩ ଦିନ ମାଓବାଦୀ ନାମ ଉଲ୍ଲେଖ ଥିବା ଏକ ଚିଠି ପଠାଇଥିଲେ ସେଥିରେ ୬୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଧେଶ ରହିଥିଲା, ତାପରଦିନ ଅର୍ଥାତ ୦୪.୧୨.୨୦୨୩ ତାରିଖ ରାତି ପ୍ରାୟ ସାଢେ଼ ଆଠଟା ବେଳେ ଜଣେ ମହିଳାଙ୍କ ସମେତ ଦୁଇଜଣ ତାଙ୍କ ଘରକୁ ଯାଇ ଟଙ୍କା ଦାବି କରିଥିଲେ ନଦେଲେ ହତ୍ୟା ଧମକ ଦେଇଥିଲା ଏନୁ ପରମାନନ୍ଦ ଡରିଯାଇ ଦୋରାଗୁଡ଼ା ଥାନାକୁ ଯାଇ ଏତଲା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମକଦ୍ଦମା ନମ୍ବର ୧୯୩ ଦଫା ୨୯୪/୩୮୬/୩୮୭/୩୪ ମାମଲା ରୁଜୁ କରି ତଦନ୍ତ କରି ଦୁଇ ମହିଳାଙ୍କ ସହିତ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଯଶବନ୍ତ ନାୟକ ଓ ବର୍ଷା ନାୟକ ଉଭୟଙ୍କ ଘର କଳାହାଣ୍ଡି ଜିଲ୍ଲା କଲମପୁର, ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ମାଳୀଗାଁ ଗାଁ ର ରମେଶ ନାୟକ ଓ ଝାର୍ଷଗୁଡ଼ା ଜିଲ୍ଲା ବ୍ରଜରାଜନଗର ର କଲ୍ୟାଣୀ ପଞ୍ଚଭୟା। ତାଙ୍କ ଠାରୁ ୪ ମୋବାଇଲ ସେଟ୍ ଓ ଦୁଇଟି ମାଓ ଚିଠି ଜବତ କରି କୋର୍ଟ ଚାଲାଣ କରିଛି ପୋଲିସ। ଏନେଇ ପୋଲିସ ପ୍ରତିକ୍ରିୟା ମିଳିପାରିନାହିଁ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ