।। ଦୁର୍ଘଟଣାରେ ବୃଦ୍ଧା ଆହାତ।।

Apr 15, 2023 - 15:41
Apr 15, 2023 - 15:43
 0  62
।। ଦୁର୍ଘଟଣାରେ ବୃଦ୍ଧା ଆହାତ।।

କୋରାପୁଟ ଜିଲ୍ଲା ଦାମୋନଯୋଡି ଅଞ୍ଚଳରେ ମାଥାଲପୁଟ ଶନିମନ୍ଦିର ନିକଟରେ ଏକ କାର୍ ଧକ୍କାରେ ବୃଦ୍ଧା ଆହାତ। ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ସୂଚନା ଅନୁସାରେ ମାଥାଲପୁଟ ଶନି ମନ୍ଦିର ନିକଟରେ ରହୁଥିବା ଶଶି ବାରିକ, ବୟସ ପ୍ରାୟ ୮୫, ଶନିବାର ସକାଳୁ ବାରଣ୍ଡାରେ ଥିବା ବେଳେ ତାଙ୍କ ଘର ନିକଟରେ ରହୁଥିବା ସାମ୍ବାଦିକ ମାନସ ରଞ୍ଜନ କରଙ୍କ ପୁଅ ସୌମ୍ୟ ରଞ୍ଜନ କର କାର୍ ବାହାର କରିବା ସମୟରେ ଶଶିଙ୍କୁ ଧକ୍କା ଦେଇଥିଲା। ଫଳରେ ବୃଦ୍ଧା ଶଶି ବାରିକ ଆହାତ ହୋଇଥିଲେ। ଆହାତ ଶଶିଙ୍କୁ ତୁରନ୍ତ ନିକଟସ୍ଥ ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ସୁଚନା। ଆହାତ ଶଶିଙ୍କ ଗୋଡ, ହାତ, ମୁଣ୍ଡ ରେ ଆଘାତ ଲାଗିଥିବା ସୂଚନା। ଦାମନଯୋଡି ପୋଲିସ୍ ଉକ୍ତ ଦୁଃର୍ଘଟଣା ସମ୍ପର୍କରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସୂଚନା। ତେବେ ବୟସାଧିକ ଦୁର୍ବଳ ତଥା ଅସହାୟ ବୃଦ୍ଧାଙ୍କୁ ସହାୟତା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ