ଦୀର୍ଘ ବର୍ଷ ଧରି ମରାମତି ଅଭାବରୁ ଅଚଳ ହୋଇ ପଡ଼ିଛି ନଳକୂପ ଶୀଘ୍ର ମରାମତି ପାଇଁ ଦାବି

Apr 17, 2026 - 21:55
 0  4
ଦୀର୍ଘ ବର୍ଷ ଧରି ମରାମତି ଅଭାବରୁ ଅଚଳ ହୋଇ ପଡ଼ିଛି ନଳକୂପ ଶୀଘ୍ର ମରାମତି ପାଇଁ ଦାବି

କନ୍ଧମାଳ ୧୭/୦୪/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭୃଙ୍ଗିଯୋଡ଼ି ପଞ୍ଚାୟତ ଭୃଙ୍ଗିଯୋଡ଼ି ଛକ ପାଖରେ ଥିବା ନଳକୂପ ଦୀର୍ଘ ବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି। ବାରମ୍ବାର ଭୃଙ୍ଗଯୋଡ଼ି ବାସିନ୍ଦା ମାନେ ପ୍ରଶାସନକୁ ଜଣାଇବା ସ୍ୱତ୍ତେ ବି ନଳକୂପଟିର ମରାମତି କାର୍ଯ୍ୟ ହେଉନାହିଁ। ଯାହାକି ବିଭିନ୍ନ ଲଟାବୁଦା ଗଛମାଡ଼ି ପୋତି ହୋଇ ଗଲାଣି। ଫଳରେ ସ୍ଥାନୀୟ ଜନସାଧାରଣ ପିଇବା ପାଣିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର କହିଛନ୍ତି ସାହିର ବାସିନ୍ଦାମାନେ। ପାନୀୟଜଳର ବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କର ଆଗ୍ରହ ନଥିବା କାରଣରୁ ନଳକୂପ ଟିର ମରାମତି ହୋଇ ପାରୁନାହିଁ । ଯାହାକି ଖରା ଦିନେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକ। ତେଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ