।। ଦିବ୍ୟାଦର୍ଶନ ସଂଘର କେନ୍ଦ୍ରୀୟ କମିଟି ସଭାପତି ସ୍ବର୍ଗତ ଗୁରୁଦୀପ ଭାଇଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ସତସଙ୍ଗ ଅନୁଷ୍ଠିତ ।।

Jan 14, 2024 - 15:49
 0  60
।।  ଦିବ୍ୟାଦର୍ଶନ ସଂଘର କେନ୍ଦ୍ରୀୟ କମିଟି ସଭାପତି ସ୍ବର୍ଗତ ଗୁରୁଦୀପ ଭାଇଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ସତସଙ୍ଗ ଅନୁଷ୍ଠିତ ।।

ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପଦ୍ମପୁର ରେ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନ ଙ୍କ ଦ୍ଵାରା ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘର ଅନ୍ତର ର୍ଖୋଲି ଆଶ୍ରମ ଠାରେ ଦିବ୍ୟାଦର୍ଶନ ସଂଘର କେନ୍ଦ୍ରୀୟ କମିଟି ସଭାପତି ସ୍ବର୍ଗତ ଗୁରୁଦୀପ ଭାଇଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ସତସଙ୍ଗ ଅନୁଷ୍ଠିତ ହୋଇ ଥିଲା ।ଏହି ମହତ୍ କାର୍ଯ୍ୟକ୍ରମରେ ଭାରତ ର ବିଭିନ୍ନ ରାଜ୍ୟରୁ ପ୍ରାୟ ୩୦୦୦ ଗୁରୁ ଭାଇ ଭଉଣୀ ମାନେ ଯୋଗ ଦାନ କରିଥିଲେ । ସଦଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନ ଙ୍କ ଦେହାନ୍ତ ପରେ ଦୀର୍ଘ ୩୪ ବର୍ଷ ତାଙ୍କର ପରିଚାଳନା ଶୃଙ୍ଖଳିତ ଭାବେ ଅନୁଚାଳିତ ହୋଇ ଥିଲା ।ସୁସ୍ଥ ସମାଜ ଗଠନ ପାଇଁ ଗୁରୁଦୀପ ଭାଇଙ୍କର ବହୁତ୍ ଅବଦାନ ରହିଥିଲା ।ଆଜିର ଏହି ମହତ୍ କାର୍ଯ୍ୟକ୍ରମ ରେ ଭାଇଙ୍କର ଅମର ଆତ୍ମାର ସଦଗତି ପାଇଁ ଗୁରୁଙ୍କ ଠାରେ ମିଳିତ ପ୍ରାର୍ଥନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଗୁରୁଦୀପ ଭାଇ ଙ୍କ ଉଦ୍ଦେଶ୍ୟ ରେ ସ୍ମୃତି ଚାରଣ କରିଥିଲେ ।ଏହି ମହାନ କାର୍ଯ୍ୟକ୍ରମ ରେ ଦିଵ୍ୟ ଦର୍ଶନ ସଂଘର ସମସ୍ତ କେନ୍ଦ୍ରୀୟ କମିଟି ର ସଦସ୍ୟ ମାନେ ଯୋଗ ଦାନ କରିଥିଲେ ।ସତସଙ୍ଗ ସକାଳ ୧୦.୩୦ ରୁ ଆରମ୍ଭ ହୋଇ ମଧ୍ୟାର୍ଣ୍ଣ ୨.୦୦ ଯାଏଁ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମ କୁ ଅନ୍ତରଝୋଲି ଆଶ୍ରମ ର ପରିଚାଳନା କମିଟି ଦ୍ବାରା ପରିଚାଳିତ ହୋଇଥିଲା ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ