।। ଥୁଆମୂଳ ରାମପୁର ରେ ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ।।

Jul 7, 2024 - 21:19
 0  10
।। ଥୁଆମୂଳ ରାମପୁର ରେ ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ  ।।

ଥୁଆମୂଳ ରାମପୁର ବ୍ଲକ ପଛୁଆ lଏଥିରେ ଥୁଆମୂଳ ରାମପୁର ପରି ଆଦିବାସୀ ଅଧ୍ୟୁଷିତ ପଛୁଆ ବ୍ଲକରେ ବିକାଶର ୬ଟି ସୂତ୍ର ଗର୍ଭବତୀ ମହିଳାମାନଙ୍କ ପଞ୍ଜିକରଣ, ମଧୁମେହ ରୋଗର ନିଦାନ, ବ୍ଲଡ଼ ପ୍ରେସର ନିଦାନ, ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ର ନିୟମିତକରଣ ,ସ୍ବୟଂ ସହାୟକ ଗୋଷ୍ଠୀ ର କର୍ପସ ପାଣ୍ଠି ବୃଦ୍ଧି, କୃଷକ ମାନଙ୍କ ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସମ୍ପର୍କରେ ବିସ୍ତୃତ ଭାବରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଆଲୋଚନା କରି ଥୁଆମୂଳ ରାମପୁର ବ୍ଲକ କୁ କିପରି ସୁସ୍ଥ, ସମୃଦ୍ଧ ଓ ଦକ୍ଷତା ସମ୍ପନ୍ନ କରାଯିବ ସେଥିପାଇଁ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବରେ ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ବେଷ।ରେଡି ,ନୀତି ଆୟୋଗ ର ମନୁଜ ଯୋଶୀ,ଜିଲ୍ଲା ପ୍ଲାନିଂ ବିଭାଗ ର ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କମଳ ଲୋଚନ ନାଏକ, ପ୍ରକଳ୍ପ ପ୍ରଶାସକ,ଆଦିବାସୀ ଉନ୍ନୟନ ସଂସ୍ଥା, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ, ଯୋଗ ଦେଇଥିଲେ । ସ୍ଥାନୀୟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ରେ ଆଲୋକପାତ କରିଥିଲେ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନୀତିଶ ଝା, ଜୀବିକା ମିଶନ ର ସୌମ୍ୟ ମହାପାତ୍ର ଓ ବ୍ଲକ ଶିଶୁ ବିକାଶ ଅଧିକାରୀ ନିଜ ନିଜ ବିଭାଗ ର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ କୁ ଶ୍ରୀ ସତ୍ୟନାରାୟଣ ମୁଣ୍ଡଛିନା ପରିଚାଳନା କରିଥିଲେ । ବହୁସଂଖ୍ୟାରେ ବିଭିନ୍ନ ବିଭାଗ ର କର୍ମଚାରୀ ଓ ମିଶନ ଶକ୍ତି ର ମହିଳା, ଛାତ୍ର ଛାତ୍ରୀ ଓ ସାଧାରଣ ଜନତା ଅଂଶ ଗ୍ରହଣ କରିଥିଲେ ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ