।। ଥୁଆମୂଳ ରାମପୁର ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ ।।

Aug 19, 2023 - 12:10
 0  44
।। ଥୁଆମୂଳ ରାମପୁର ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ ।।

କଳାହାଣ୍ଡି (ମକୁନ୍ଦ ନାଏକ ):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ଆଇଆଇସି ଶ୍ରୀ କୈବଲ୍ୟ ସେଠ୍।ଶ୍ରୀ ସେଠ୍ କୋରାପୁଟ ଜିଲ୍ଲା ପଟାଙ୍ଗି ଥାନାରୁ ବଦଳି ହୋଇ କଳାହାଣ୍ଡି ଜିଲ୍ଲାର ଆମପାଣି ଥାନାରେ ଅସ୍ଥାୟୀ ଦାୟିତ୍ୱରେ ଯୋଗ ଦେଇଥିଲେ।ସେଠାରେ କିଛିଦିନ ରହିଲା ପରେ ଥୁଆମୂଳ ରାମପୁର ଥାନାକୁ ବଦଳି ହୋଇଛନ୍ତି।ଗୁରୁବାର ଥୁଆମୂଳ ରାମପୁର ଥାନାରେ ଯୋଗଦେଇ ଦାୟିତ୍ୱ ଭାର ନେଇଛନ୍ତି। ଥୁଆମୂଳ ରାମପୁର ଥାନାରେ ଥାନାର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଆଇନ ଶୃଙ୍ଖଳାକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳିତ କରି କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା ସହ ଉତ୍ତମ ପ୍ରଶାସନିକ ସେବା ଯୋଗାଇବା ଉଲ୍ଲେଖ କରିଛନ୍ତି ନୂତନ ଥାନା ଅଧିକାରୀ ଶ୍ରୀ ସେଠ୍। ଏଥି ପୁର୍ବରୁ ଏହି ଥାନାର ଅଧିକାରୀ ଗୋବିନ୍ଦ ମାଝୀ ଗତ ମାସ ଜୁଲାଇ ୨୪ ତାରିଖରେ ଅନ୍ୟତ୍ର ବଦଳି ହେବା ପରେ ଏହି ପଦବୀ ଖାଲି ପଡିଥିଲା।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ